STORYMIRROR

Mishra Sudhansu Sekhar

Abstract

3  

Mishra Sudhansu Sekhar

Abstract

ହସେରେ ନନ୍ଦ କୋଳେ ଗୋବିନ୍ଦ

ହସେରେ ନନ୍ଦ କୋଳେ ଗୋବିନ୍ଦ

1 min
128


ଝଲସୁଛି ସାରା ଗୋପପୁର ଆଜି

ଝଲସେ ନନ୍ଦ ଉଆଁସ, 

ସବୁଠି ଉତ୍ସବ ସ୍ବାଗତର ପର୍ବ

ଖେଳେ ଆନନ୍ଦ ଉଲ୍ଲାସ ।


ମୃଦୁ ମଳୟର ଶୀତଳ ପରଶ

କଅଁଳ ରବି କିରଣ, 

ଅମୃତମୟ ସେ ଭବ୍ଯ ପରିବେଶ

ବାସେ ତୁଳସୀ ଚନ୍ଦନ ।


ଚଉଦିଗେ ବାଜେ ଶଙ୍ଖ ଭେରିତୁରୀ 

ଉଛୁଳୁଛି ନନ୍ଦ ପୁରୀ, 

ନନ୍ଦ କୋଳେ ବିଜେ ସ୍ବୟଂ ନାରାୟଣ

ଯଶୋଦା ଗଳାର ମାଳି ।


ଗୋପ ନରନାରୀ ନୃତ୍ୟ କରୁଛନ୍ତି

ଯଶୋଦା ଭାବେ ବିହ୍ବଳ, 

ଆହାକି ଅପୂର୍ବ ଲାଗେ ନନ୍ଦପୁର

ଦେଖି ଆଣ୍ଠୁଆ ଗୋପାଳ ।


ପୁତ୍ର ସ୍ନେହେ ବାଇ ନନ୍ଦ ଯଶୋମତୀ

ଝୁଲାଇ ଶ୍ରୀ ଆଦିକନ୍ଦ

ଗୋପ ଦାଣ୍ଡେ ହୁରି ହସେ ନନ୍ଦ ରାଜା

କୋଳରେ ଧରି ଗୋବିନ୍ଦ ।



Rate this content
Log in

Similar oriya poem from Abstract