STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଗଣେଶ ପୂଜା

ଗଣେଶ ପୂଜା

1 min
151



ସ୍ଵର୍ଗରୁ ଓହ୍ଲେଇ ମର୍ତ୍ତ୍ୟର ଭୂମିରେ

   ଗଣେଶ ଥାପିଲେ ପାଦ

ଅଗ୍ରପୂଜ୍ୟ ଭାବେ ଅଧିକାର ଅଛି

   ହୋଇବାରୁ ଶିର ଛେଦ।


ସଂସାରେ ତାଙ୍କର କର୍ତ୍ତବ୍ୟ ରହିଛି

   ପ୍ରାଣୀ ଉଦ୍ଭିଦଙ୍କ ପାଇଁ

ନିଜର କର୍ମରେ ପଥଚ୍ୟୁତ କେବେ

   ନ ହେବେ ଅଛନ୍ତି ଚାହିଁ।


ଭରା ଫୁଲଫଳ ଉଦ୍ଭିଦ ବାଣ୍ଟିବେ

  ଅମ୍ଳଜାନ ଛାଇ ଆଉ

ଔଷଧୀୟ ଗୁଣ ବର୍ଷାକୁ ଆଦେଶ

   ଗଣେଶ ଇଚ୍ଛାରେ ହେଉ।


ପ୍ରାଣୀଙ୍କର ଦେହମନ ଭଲ ପାଇଁ

   ଶୁଭାଶିଷ ଅଛି ଆଜି

ସୁସ୍ଥ ଓ ନିରୋଗ ରହିବା ସକାଶେ

   ଚାଲିଛନ୍ତି ଖୋଜିଖୋଜି।


ହୃଦୟ କୋଣେରେ ବିରାଜିତ ହେଉ

   ଭାଇଚାରା ପ୍ରତିଦିନ

ସ୍ନେହ ଆଉ ପ୍ରେମ ପ୍ରସ୍ଫୁଟିତ ପାଇଁ

   ବାଣ୍ଟୁଛନ୍ତି ଘନଘନ।


ସତ୍ୟ

ଆଉ ଶାନ୍ତି କିଏ କେତେ ନେବ

   ଦୌଡିକି ଆସରେ ଆଜି

ଜୀବନରେ କେବେ ଲୁହ ବୋହିବନି

   କଳୁଷତା ଦେଲେ ତେଜି।


ଧର୍ମର ନଈରେ ପ୍ରେମର କର୍ମକୁ

   କରିବାକୁ ଚାହୁଁଛନ୍ତି

ସତ୍ୟର ମଙ୍ଗକୁ ଛାଡ଼ିଲେ ମର୍ତ୍ତ୍ୟରେ

   ପାଇବା ଅଶେଷ ଶାନ୍ତି।


ଗଣେଶ ଚାହାଁନ୍ତି ଭବ ସାଗରଟା 

   ସଦା ଟଳମଳ ହୁଏ

ନିଜକୁ ସମ୍ଭାଳି ସୁକର୍ମ ପଥରେ

   ଯିଏ ନିତି ଚାଲୁଥାଏ।


ତାହାରି ପାଖରେ ମୁହିଁ ବିରାଜିତ

   ସୁଖ ଓ ସମୃଦ୍ଧି ସହ

ନ ହେଲେ ପ୍ରାଣୀଙ୍କ ଭରପୂର ଦୁଃଖ

   ବସି ଗଡ଼େଇବ ଲୁହ।


ଗଣେଶ ଦେବତା ମୁହିଁ ପାପୀ ବୋଲି

   ସ୍ଵୀକାରୋକ୍ତି କରିଅଛି

କ୍ଷମା କରିଦେବ ସୁଧାର ସକାଶ

   ଶପଥ ଏବେ କରୁଛି।

     


Rate this content
Log in

Similar oriya poem from Abstract