ମୋ ଗାଁ
ମୋ ଗାଁ
ସୁନ୍ଦର ମୋ ଗାଁ ସୁନ୍ଦର ତା ନାଁ
ସୁନ୍ଦର ତା ଆମ୍ବତୋଟା
କେଡେ ମନୋହର ନଈ ନାଳ ତାର
ଘଞ୍ଚ ବୁଦା ବଣ ଲଟା ।
ତା ନଈ ର ଜଳ ମୋ ଦେହେ ରୁଧିର
ପାଲଟି ଯାଉଛି ବହି
ତାର ପକ୍ଷୀ ସୁର ନଦୀ କଳକଳ
ଶୁଣି ମୁଁ ପାରିଲି କହି ।
ତା ସୂରୁଜ ଜହ୍ନ ଢାଳିଲେ କିରଣ
ଅନ୍ଧକାର ଦେଇ ନାଶି
ଏ ଜୀବନ ପ୍ରାଣ ସବୁ ତାର ଦାନ
ତା ସାଥେ ଯୋଡ଼ା ମୋ ଖୁସି ।
ତା ଯାନିଯାତରା ମେଳା ମଉତ୍ସବ
ଜୀବନେ ଭରିଛି ରଙ୍ଗ
ତାର ଦାଣ୍ଡଧୂଳି ଦେହେ ମୋର ବୋଳି
ପରିପୃଷ୍ଟ ମୋର ଅଙ୍ଗ ।
ସମୟ ଚକ୍ର ରେ ବଦଳୁଛି ଆଜି
ମୋ ଗାଁ ର ରୂପରେଖ
ତଥାପି ଉଜ୍ବଳ ଗରିମା ତାହାର
ତା ପାଇଁ ମୋର ଟେକ ।