STORYMIRROR

Ramachandra Bhutia

Abstract Inspirational Others

3  

Ramachandra Bhutia

Abstract Inspirational Others

ମୋ ଗାଁ

ମୋ ଗାଁ

1 min
386

ସୁନ୍ଦର ମୋ ଗାଁ ସୁନ୍ଦର ତା ନାଁ

ସୁନ୍ଦର ତା ଆମ୍ବତୋଟା

କେଡେ ମନୋହର ନଈ ନାଳ ତାର

ଘଞ୍ଚ ବୁଦା ବଣ ଲଟା ।


ତା ନଈ ର ଜଳ ମୋ ଦେହେ ରୁଧିର

ପାଲଟି ଯାଉଛି ବହି

ତାର ପକ୍ଷୀ ସୁର ନଦୀ କଳକଳ

ଶୁଣି ମୁଁ ପାରିଲି କହି ।


ତା ସୂରୁଜ ଜହ୍ନ ଢାଳିଲେ କିରଣ

ଅନ୍ଧକାର ଦେଇ ନାଶି

ଏ ଜୀବନ ପ୍ରାଣ ସବୁ ତାର ଦାନ

ତା ସାଥେ ଯୋଡ଼ା ମୋ ଖୁସି ।


ତା ଯାନିଯାତରା ମେଳା ମଉତ୍ସବ

ଜୀବନେ ଭରିଛି ରଙ୍ଗ

ତାର ଦାଣ୍ଡଧୂଳି ଦେହେ ମୋର ବୋଳି

ପରିପୃଷ୍ଟ ମୋର ଅଙ୍ଗ ।


ସମୟ ଚକ୍ର ରେ ବଦଳୁଛି ଆଜି

ମୋ ଗାଁ ର ରୂପରେଖ

ତଥାପି ଉଜ୍ବଳ ଗରିମା ତାହାର

ତା ପାଇଁ ମୋର ଟେକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract