ନନ୍ଦୋତ୍ସବ
ନନ୍ଦୋତ୍ସବ


ନନ୍ଦ ଅପୁତ୍ରିକ
ଅପୁତ୍ରିକ ଯଶୋଦା ରାଣୀ ବି...
ବୟସର ସାୟାହ୍ନରେ
ଆଜି ପିତାମାତା।
ସେମାନେ ତ ଝୁଣ୍ଟି ପଡ଼ିଥିଲେ
କାହିଁ କେତେ କାଳୁ
ହରାଇ ଦେଇଥିଲେ ନିଜେ
ନିଜର ଛାଇକୁ।
ଈଶ୍ୱରଙ୍କୁ ଛାଡି ଦେଇ
ହାତ ଟେକି ଦେଇଥିଲେ
ପୂର୍ଣ୍ଣ ସମର୍ପଣ ଭାବରେ।
ସେ ଦିନ କୋଳରେ କୁଆଁକୁଆଁ ରାବ
ସାରା ଗୋକୁଳ ଆନନ୍ଦେ ବିଭୋର।
ଦେଖ !
ଲୋକେ କେମିତି ଉତ୍ସବ ମନାଇଁ
ନାଚ ଓ ଗୀତରେ ମସଗୁଲ
ଆବାଳ,ବୃଦ୍ଧ ଓ ବନିତା
ଦୋହଲି ଚାଲିଛନ୍ତି
ଯେମିତି ଗଛ ଡାଳର ପତ୍ର
ପୋଖରୀ ଭିତରେ ପଦ୍ମ।
କାହାକୁ ଚିହ୍ନିବା ମୁସ୍କିଲ
ବାପା ନାଚେ ଝିଅ ଗୀ
ତ ଧରେ
ପୁଅ ନାଚେ ମାଆକୁ କୁଣ୍ଢାଇ
ଯେମିତି ସାରା ପରିବେଶ ପ୍ରେମରେ ବିଭୋର।
ନନ୍ଦ ଆଉ ଯଶୋଦା
କେହି ବି କମ ନୁହଁନ୍ତି
ନୃତ୍ୟ ଓ ଗୀତରେ
ଏ ଗୀତ ଧର୍ମର,ଏ ନାଚ ସତ୍ୟର ଜୟ।
ଆକାଶ,ପାତାଳ ଆଉ ଏ ସଂସାର।
ଦେବ ଆଉ ଦେବୀ
ଆକାଶ ବୁକୁରେ
ହାତ ଯୋଡ଼ି ଅନେଇଁ ରହିଛନ୍ତି
ଯେମିତି ହଜିଲା ଏ ଧନଟେ
ଏବେ ପାଇଗଲେ।
ନନ୍ଦ ଆଖିରେ ଲୁହ
ଯଶୋଦା ହୃଦୟରେ ବାତ୍ସଲ୍ୟ ମମତା।
କିଏ ଧରିବ କୃଷ୍ଣଙ୍କୁ
ବାପା,ମାଆ ନା ଗାଁ'ର ନରନାରୀ?
କେବଳ ଆଖି ପୂରେଇବେ
ଦଣ୍ଡେ ନ ଛାଡ଼ିବାକୁ
କେବଳ ହିଁ କେବଳ
ପ୍ରେମରେ ପ୍ରେମରେ ପାଗଳ
ଯେମିତି କ୍ଷୀର ଆଉ ନୀର।