Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

3  

Bijay Prusty

Abstract

ହଟିଆ କଳାକାହ୍ନୁ

ହଟିଆ କଳାକାହ୍ନୁ

1 min
353


କାହିଁକି ତୋ ରଙ୍ଗ କାଳିଆ ହେଲାରେ

ସତରେ ତୁ ନୋହୁଁ କଳା

କଳାଦେହ ତୋର କୋଟି ବ୍ରହ୍ମାଣ୍ଡର

ସୁନ୍ଦର ପଣରେ ଭରା I


ଚଉଦ ଭୁବନ ତୋ ଭିତରେ ଅଛି

ପାରନ୍ତିନି କେହି ବୁଝି

ମିଛରେ ବାଇଆ ହୁଅନ୍ତିରେ ସର୍ବେ

ହେଉଥାନ୍ତି ତୋତେ ଖୋଜି I


ସକଳ ଘଟରେ ରହିଛୁ କାଳିଆ

ନିଜେ କୃଷ୍ଣ ନିଜେ ରାଧା

ତୋ ବଇଁଶୀ ସ୍ୱରେ ଉଚ୍ଚାଟ କରି ରେ

କାଟୁଛୁ ସଂସାର ବାଧା I


କିଏକୁହେ ତୋତେ ଲବଣୀ ରଙ୍କୁଣା

ଗୋପୀଙ୍କର ମନ ଚୋର

ଲବଣୀ ଲୋଭରେ ସାଙ୍ଗସାଥି ମେଳେ

ବୁଲୁଥାଉ ଘର ଘର I


ମାୟାର ଅଞ୍ଜନ ସଭିଙ୍କ ଆଖିରେ

ଦେଇଥିଲୁ ବୋଲି ବୋଳି

ସାଧାରଣ ପିଲା ଭାବି ତୋ ସହିତ 

ଖେଳୁଥିଲେ ଲୁଚକାଳି I


ସବୁ ମାୟା କାଟି ଦେ'ରେ କାଳିଆ

ଦେଖା ଏବେ ତୋର ଶକ୍ତି

ପ୍ରେମାପ୍ଳୁତ କର ସଭିଙ୍କ ଅନ୍ତର

ତୋ ପାଦରେ ରହୁ ମତି I

    


Rate this content
Log in

Similar oriya poem from Abstract