STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭକ୍ତି ସେବା ହେଉ ପିତୃମାତୃ ପାଇଁ

ଭକ୍ତି ସେବା ହେଉ ପିତୃମାତୃ ପାଇଁ

1 min
340


ମନୁଷ୍ୟ ଜୀବନେ ପିତୃମାତୃ ସେବା


ଜୀବନରେ ସର୍ବୋପରି,


ରଖିବା କର୍ତ୍ତବ୍ୟ ଅତି ଆବଶ୍ୟକ


ଅମୂଲ୍ୟ ରତନ ପରି।୧।


ଗୁରୁ ଆମ୍ଭ ସେହୁ ଭକ୍ତି ଆମ୍ଭ ସେହୁ


ଜୀବନ ଆଧାର ସେହୁ,


ଜୀବନ ଗଠନେ ତାଙ୍କ ସହଯୋଗ


ବାଲ୍ୟ ଗୁରୁ ମଧ୍ୟ ସେହୁ।୨।


ତାଙ୍କରି ସେବାରେ ଖୁସି ଜଗନ୍ନାଥ


ଜଗନ୍ନାଥ ସେବା ସେହୁ,


ଧର୍ମ କର୍ମ ଭକ୍ତି ସେବାରେ ଜଡ଼ିତ


ପିତୃମାତୃ ଭକ୍ତି ସେହୁ।୩।


ତାଙ୍କରି ନୟନେ ଅଶ୍ରୁ ଝରୁଥିଲେ


ଦେବ ସେବା ହୁଏ ବୃଥା,


ଚକାନୟନଟି ନ ପଡେ ତାହାରେ


ଜୀବନ ହୁଏଟି ବୃଥା।୪।


ବନ୍ଧ ବାନ୍ଧୁ ଥିବୁ ଜୀବନ ଯାତ୍ରାରେ


ପିତୃମାତୃ ସେବା କରି,


ଭକ୍ତି ରଖିଥିବୁ ଜଗନ୍ନାଥ ପଦେ


ଜନତାଙ୍କ ସେବା କରି।୫।


ରାଷ୍ଟ୍ର ଭକ୍ତି ସେବା ଜୀବନେ ଧରିଣ


କର୍ମ କରୁ ଥିବୁ ନିତି,


ପରିଶ୍ରମ କରି ଗୃହସ୍ତ ପାଳିବୁ


କର୍ତ୍ତବ୍ୟେ ଭୂଷିତ ନିତି।୬।


ପିତୃମାତୃ ସେବା ନିତି କରୁ ଥିବୁ


ପରମ ଧର୍ମ ହିଁ ସେହୁ,


ନିସ୍ବାର୍ଥର ଭାବେ କର୍ତ୍ତବ୍ୟ କରିବୁ


ରାଷ୍ଟ୍ର ହିତେ ହେବ ସେହୁ।୭।


କାହାରି ମନରେ ଦୁଃଖ ନ ଦେବୁଟି


ଆଦର କରିବୁ ଜନେ,


ଜନସେବା ହେଉ ଜୀବନର ମନ୍ତ୍ର


ପ୍ରଭୁ ଭକ୍ତି ରଖ ମନେ।୮।


ପିତୃମାତୃ ପାଇଁ ଆଦର ରଖିବୁ


ରାଷ୍ଟ୍ର ସେବା ପ୍ରତି ମନ,


ଜନସେବା ପ୍ରତି କର୍ତ୍ତବ୍ୟ ରଖିବୁ


ଭକ୍ତି ଜଗନ୍ନାଥେ ଧ୍ୟାନ।୯।


ମନୁଷ୍ୟ ଜୀବନେ ପିତୃମାତୃ ସେବା


ଜୀବନରେ ସର୍ବୋପରି,


ରଖିବା କର୍ତ୍ତବ୍ୟ ଅତି ଆବଶ୍ୟକ


ଅମୂଲ୍ୟ ରତନ ପରି।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract