STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଗୁରୁ

ଗୁରୁ

1 min
381


ତୁମେ ସଂସ୍କାରକ ଅଟ ସମାଜର

ବିଶ୍ଵକର୍ମା ଅଟ ଏ ବିଶ୍ଵର

ଜ୍ଞାନର ଆଲୋକ ବାଣ୍ଟିଥାଅ ତୁମେ

ହଟାଇ ସଂସାରୁ ଅମା ଅନ୍ଧକାର

ଅନ୍ୟାୟ, ଅନୀତି,

ଦୁର୍ନୀତି ହଟାଅ ସମଗ୍ର ବିଶ୍ବରୁ

ତୁମେ ବ୍ରହ୍ମା, ତୁମେ ବିଷ୍ଣୁ, ତୁମେ ମହେଶ୍ୱର

ତୁମେ ମାନବ ଜାତିର ଅଟ ସଦ୍ ଗୁରୁ ।


ବିଶ୍ଵ ନିୟନ୍ତା, ତୁମେ ବିଶ୍ଵ ନିର୍ମାତା

ସର୍ବ ନିର୍ମାଣର ଅଟ ସୃଷ୍ଟି କର୍ତ୍ତା

ସତ୍ୟର ସନ୍ଧାନୀ ତୁମେ

ସର୍ବ ବୁଦ୍ଧି ବିଦ୍ୟା ଆହରଣ

ଆମେ ତୁମ ଠାରୁ କରୁ

ଈଶ୍ଵରଙ୍କ ଅବତାର ତୁମେ

ହେ ମୋର ପୂଜ୍ୟ ଗୁରୁ ।


ଶିଷ୍ୟ ମାନଙ୍କ ପରମାତ୍ମା ତୁମେ

ଜୀବ ଜଗତର ଜୀବାତ୍ମା ତୁମେ

ତବ ପୟରେ

ସଦ୍ ବୁଦ୍ଧି ସଦ୍ ବିଦ୍ୟା ପାଇଁ

ସଦା ଆମେ ପ୍ରଣିପାତ କରୁ

ତୁମେ ଆମ ଶିକ୍ଷା,

ଆମ ଦୀକ୍ଷାର ଅଟ ଆଦ୍ୟ ଗୁରୁ ।


ଜନ୍ମରୁ ମୃତ୍ୟୁ ଯାଏଁ

ପ୍ରତି କ୍ଷଣେ ପ୍ରତି ଅନୁକୋଣେ

ତୁମକୁ ଆମେ ଅନୁଭବ କରୁ

ତୁମେ ହିଁ ସୃଷ୍ଟି ତୁମେ ହିଁ ସ୍ରଷ୍ଟା

ଏ ବିଶ୍ଵ ବ୍ରହ୍ମାଣ୍ଡେ ସେ ପାଇଁ

ବିଶ୍ଵବାସୀ ଆମେ

ତୁମ ପଦ ବନ୍ଦନା କରୁ

ବିଶ୍ଵ ସୃଜନର ହେ ମୋ'ର

ମହା ସମ୍ମାନର ମହା ଗୁରୁ ।


ଦେବ,ମାନବ, ଦାନବ ସଭିଏଁ

ଆମେ ତୁମ ପୂଜାର୍ଚ୍ଚନା କରୁ

କାହିଁ କୁହ କିଏ ପାଇଛି ଜ୍ଞାନାଲୋକ

ନ ଥାଇ ତା'ର ଅବା ଗୁରୁ

ତୁମେ ଶକ୍ତି, ତୁମେ ମୁକ୍ତି, ତୁମେ ଭକ୍ତି

ତୁମ ବିନା କେ ଅଛି ସଂସାରେ

କରୁଛି କି କାର୍ଯ୍ୟ ନ ଥାଇ ତୁମେ

କୁହ ଆହେ ମୋ'ର ପୂଜ୍ୟ ଗୁରୁ ?


ବୃହସ୍ପତି ନାମେ ତୁମେ ଦେବ ଗୁରୁ

ଶୁକ୍ରାଚାର୍ଯ୍ୟ ନାମେ ତୁମେ ଦାନବ ଗୁରୁ

ପିତା,ମାତା ନାମେ ତୁମେ ଆଦ୍ୟ ଗୁରୁ

ଶିକ୍ଷା, ସଂସ୍କାର ନାମେ ତୁମେ ବିଦ୍ୟା ଗୁରୁ

ଧନ, ମାନ ପୁଣି ତୁମେ ଜ୍ଞାନ ଗୁରୁ

ସତ୍ୟ, ନ୍ୟାୟ, ଧର୍ମ ଆଚରି

ସଂସାରେ ଆମ୍ଭ ଦିନ ସରୁ

ଦୁଃଖୀ ଦୁଃଖେ ଦୁଃଖୀ

ସୁଖୀ ସୁଖେ ହୋଇ ସଂସାରେ

ଆମ୍ଭ ଦିନ ସରୁ

ଦିଅ ହେ ଆଶିଷ ମୋ'ର ପୂଜ୍ୟ ଗୁରୁ

ତୁମରି ଆଶିଷୁ ଏ ଧରା ଧାମୁ

ରୋଗ, ଶୋକ, ଦୁଃଖକୁ

ଏ ମଣିଷ ଜାତି ଜୟ କରୁ

ତୁମେ ସତ୍ୟ, ତୁମେ ଶିବ,

ତୁମେ ହିଁ ସୁନ୍ଦର

ହେ ମୋର ପ୍ରିୟ ପୂଜ୍ୟ ଗୁରୁ

ତୁମ କରୁଣାର ବାରୀ

ସଦା ଏ ସଂସାରେ ଝରୁ

ହେ ଈଶ୍ଵର ରୂପୀ

ମୋ'ର ପୂଜ୍ୟ ଗୁରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract