STORYMIRROR

Debabrata Mishra

Abstract Others

4  

Debabrata Mishra

Abstract Others

ସେବାହୀନ ତନ୍ତ୍ର

ସେବାହୀନ ତନ୍ତ୍ର

1 min
339


ମୁରୁଖ, ବେକାରୀ, ଦରିଦ୍ର, ଜାତି ଓ ଧରମ

ରାଜନୀତିର ଗୋଟେଗୋଟେ ଶକ୍ତ ଉପାଦାନ

ଶିକ୍ଷିତ ଜନତା ସବୁ ବୁଝିକି ଅବୁଝା ଲାଗେ

ଏ ସବୁକୁ ଦେଲେଛାଡ଼ି ରାଜନୀତି ସବୁ ଶୂନ । (୧)

ସଂସଦ ଚାହେଁନି ଦେଶରୁ ଗରୀବି ହଟିଯାଉ

ବ୍ରିଟିଶ ନିୟମେ କାହିଁ ଏଠି ସମ୍ବିଧାନ ଧାରା

ସାଧାରଣ ଜନ ପାଇଁ ମିଛ ପାଟିଗୋଳ ଯେତେ

ସାଂସଦ ଦରମା ପାଇଁ ଶୀଘ୍ର ବିଲ୍ ପାସ୍ ପରା । (୨)

ନିମ୍ମ ମଧ୍ଯବିତ ସଦା ପାଉଛି ଦୁଃଖ ବେଦନା

ମାନ ମହତକୁ ଜଗି କହିପାରେନି ସେ ସିନା

ଦରିଦ୍ର ହେଲେ ସବୁ ସୁବିଧା ସୁଯୋଗ ଏଠି

ଧନୀ ପାଇଁ ସରକାର ଉଡା଼ଏ କେତେ ବାନା ।(୩)

ସାଦା କାଗଜରେ କରେ ଜନମନ ଦସ୍ତଖତ

ପାଞ୍ଚ ବରଷ ଯାଏ ତାର ରହିଥାଏ ମଥାନତ

ଛୋଟିଆ ସ୍ୱାର୍ଥରେ ଦେଶମାଟି ପଡ଼େ ବଳି

ବାହାରେ ନେତା କଳି ଅନ୍ତେ କୋଳାକୋଳି ।(୪)

ପ୍ରଗତୀ ମିଛ ଫଳକେ ସନ୍ତୁଷ୍ଟ କେମିତି ଲୋକ

ଖବରକାଗଜରେ ବିଜ୍ଞାପନ ମାଳମାଳ ଦଳ

ବିକାଶର ଡିଣ୍ଡିମ ପିଟି ବିନାଶର ଷଡ଼ଯନ୍ତ୍ର

କଲ୍ୟାଣ ଯୋଜନା ନାମେ ଭବିଷ୍ଯ ହଳାହଳ ।। (୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract