Sunita Kar

Abstract Others

3  

Sunita Kar

Abstract Others

ପ୍ରତାରଣା

ପ୍ରତାରଣା

1 min
269



ଅମୁଦା ଆଖି ମୋ ଦେଖେ

ଚେତନା ଅବଚେତନାର 

ସୁନ୍ଦର ସବୁଜ ଦୁନିଆ

ମୁଦିଲେ ପାଏ ମୁଁ ଆବଦ୍ଧ କୋଠରୀ 

ଗାଙ୍ଗଟକ୍ ର ସେ ହୋଟେଲ୍ ରୟାଲପ୍ଲାଜା

କିଛି ଅପାସୋରା ମୁହୂର୍ତ୍ତ,ଘଡି ଆଉ ଦିନ

ଲାଗୁଥିଲା ସତେକି ଇନ୍ଦ୍ରଧନୁ ର ରଙ୍ଗ

ହଁ! ମହାକାଳ ଫଳ ତ ସୁନ୍ଦର ।


ଚାରି ଚଉତା ସେ ଚିଠି ଆଜି ବି ସାଇତା

ଶିରେ ଶିରେ ତାର ପ୍ରତାରଣାର ଗନ୍ଧ

ଭୟ ଲାଗେ ଖୋଲିବାକୁ,

କାଳେ ପୂତିଗନ୍ଧ କରିଦେବ 

ମୋ ହାତ ସଜଡା ସୁବାସୀ ବାସକୁ

ହେଲେ ଫିଙ୍ଗିଦେଇ ପାରିନି ମୁଁ

ମୋ ସିଦ୍ଧି ର ଅଘୋଷିତ ହେତୁ ଟିକୁ

ପ୍ରତାରଣା ର ଶକ୍ତ ପ୍ରହାରେ ମୁଁ

ଶକ୍ତ ହୀରକ ଟିଏ ଆଜି,

ମାଲ୍ବାର ହିଲ୍ସ ର ମୋ ସୁରମ୍ଯ ଅଟ୍ଟାଳିକା

ମୋ ଅଟ୍ଟହାସର ତରଙ୍ଗେ ପୁଲକୀ

ସାଥେ ଗାଏ,ବାଜି-ଜିତା ଜୀବନର ଗୀତି।


Rate this content
Log in

Similar oriya poem from Abstract