STORYMIRROR

Sunita Kar

Abstract Classics Others

3  

Sunita Kar

Abstract Classics Others

କଳାକାର

କଳାକାର

1 min
19


ଅଶିଣରେ ମା’ ଦଶଭୁଜା

ପନ୍ଦର ଅଗଷ୍ଟରେ

ଲାଲକିଲ୍ଲାର ତ୍ରିରଙ୍ଗା,

ଗଣତନ୍ତ୍ର ଦିବସରେ

ସେନାଙ୍କ ସମ୍ଭର 

ଜି-୨୦ ର ଭବ୍ୟ ସମାରୋହ,

ରଥଯାତ୍ରାର ବଡଦାଣ୍ଡରେ

ତାଳଧ୍ଵଜ ନନ୍ଦିଘୋଷ ସହ ଦର୍ପଦଳନ,

ଗାନ୍ଧୀ, ଶାସ୍ତ୍ରୀ, ସୁବାଷ, ଶିବାଜୀ 

କେତେ ଜନନେତା କେତେ ବୀରେଶ

ଲକ୍ଷ୍ମୀବାଈ, ପୁଣି ମଦର ଟେରେସା

ଏମିତି କେତେ କେତେ କଥା,

ଯେଉଁ ପରଵ ସେଇ ପିଠା।


ଖେଳୁଥିଲି ପିଲାଦିନେ ସାଗର ବେଳାରେ

ତୋଳୁଥିଲି ସିକତା ଭୂଇଁରେ

ମିଛିମିଛିକା ଘର ଓ ମନ୍ଦିର

ଶ୍ରେଣୀରୁ ଲୁଚି ଆସି, କେତେ ଵାର

ଏକାନ୍ତ ଦି’ପହରେ,

କଥା ହେଉ ହେଉ ସମୁଦ୍ରର ଢେଉ ସାଥେ 

ଗଢିଛି ମୁଁ ଏ ଵାଲିରେ, 

କେତେ ଯେ କ’ଣ 

ନାହିଁ ତ କଳଣା ତା’ର।


ସାଗର ଖେଳେ ମୋ’ ସାଥେ ଲୁଚକାଳି

କରି କୁତୁକୁତୁ

ଭାଙ୍ଗିଦିଏ ତା’ ଉଦ୍ଧତ ଢେଉ

ହାତଗଢା ମୋ ମନ୍ଦିର ସଵୁ।


ଜିଦିଆ ପଣ ମୋର

ଟାଣିଆଣେ ପୁଣି

ସେଇ ଭିଜା ଭିଜା ବେଳାଭୂଇଁ,

 ମୁଁ ଗଢେ,ସେ ଭାଙ୍ଗେ

ଫେନିଳ ଉର୍ମି ତା’ର 

ଦୁଷ୍ଟାମୀର ହସ ହସି

ନିଏ ଭସାଇ ।

ନୂଆ ନୂଆ ଗଢିବାର 

ଉଦ୍ଦୀପନା ବତୀଶିଖା ତେଜି ଦେଇ

ଆଖି ମିଟିକା ମାରେ ସେ

ରଚିଵାକୁ ତା’ ବିସ୍ତାର ପ୍ରାଙ୍ଗଣରେ

ଭଳି ଭଳି ଅନେକ ଏମିତି,

ତା' ସାଥେ ଦୁନିଆ ଦରବାରେ 

ପରିଚୟ ମୋର ।


ଵାଳୁତର ମିଛିମିଛିକା ବାଲୁଘର

ସତକରି ଠିଆ କରେ ଦୁନିଆ ଆଗରେ

ଦେଇ ଏକ ପରିଚୟ।

କିଏ ମୁଁ ?

ଭାସିଆସେ ପବନରେ

 ପ୍ରତିଧ୍ଵନିର କଲ୍ଲୋଳ

ମୁଁ ଏକ କଳାକାର,

 ପୂଜାରୀ କଳାର

ଆଉ ମୋ ପୂଜାରୀ –

 ଏ ସାରା ସଂସାର।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract