STORYMIRROR

CHINMAYEE PRADHAN

Abstract Inspirational

3  

CHINMAYEE PRADHAN

Abstract Inspirational

ନିଜକୁ ମାଗୁଛି ନିଜେ ଅନୁମତି

ନିଜକୁ ମାଗୁଛି ନିଜେ ଅନୁମତି

1 min
255

ଜୀବନର ଏଇ ଅଙ୍କାବଙ୍କା ରାସ୍ତା

      କଣ୍ଟକିତ ପଥେ ଚାଲି, 

ପଡ଼ିଲିଣି ଥକି ପାରୁନାହିଁ ଆଉ

      ବସି ଭାବିହୁଏ ଖାଲି। 


ଜୀବନର ଅଙ୍କ ଯୋଗକୁ ବିୟୋଗ

      ଗୁଣନ ହରଣ କରି, 

ପାଏନା ନିଷ୍କର୍ଷ ହରାଇଛି ଅବା 

      ପାରିଛି ସଞ୍ଚୟ କରି। 


ଜୀବନର ଆଦ୍ୟ ଗୁରୁ ପିତାମାତା 

     ଶିଖାଇଲେ କହି କଥା, 

ବିଦ୍ୟାଦାତା ଗୁରୁ ଶିକ୍ଷକ ମୋହର 

     ଦେଖାଇଲେ ନୂଆ ରାସ୍ତା। 


ଜୀବନେ ଆସିବ ଝଡ଼ଝଞ୍ଜା କେତେ

     କହିଥିଲେ ମତେ ସେହି, 

ହାରିବୁନି କେବେ ଭାଙ୍ଗିବୁ ନାହିଁ ଟି 

     ମଥାପାତି ଯିବୁ ସହି। 


ଜୀବନ, ଶରୀର, ମନ ଓ ବିବେକ 

     ସବୁ ତ ପରିପୂରକ, 

ଶରୀରଟା ଥିଲେ ଜୀବନଟା ଥାଏ 

     ଶୁଣନ୍ତି ମନ ବିବେକ। 


ଜୀବନଟା ଖାଲି ଯନ୍ତ୍ରଣା ଦିଏ ତ

    ଅନ୍ୟାୟ ଅନୀତି ଦେଖି, 

ସହି ହୁଏ ନାହିଁ ରହି ହୁଏ ନାହିଁ 

    କାନ୍ଦୁଥାଏ ନୀତି ଆଖି। 


ଜୀବନ ଥାଇକି କିବା ହେବ ଲାଭ 

     ଦେଇ ନ ପାରିଲେ ନ୍ୟାୟ, 

ନିଜକୁ ମାଗୁଛି ନିଜେ ଅନୁମତି 

     ଛାଡି ଯିବାପାଇଁ କାୟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract