STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଯୋଡାଏ ଆଖି

ଯୋଡାଏ ଆଖି

1 min
172

ଆଖି ଦୁଇ ଚାହେଁ ନାହିଁ ଦେଖିବାକୁ

ଦୁୁଃଖ, ରୋଗ, ଶୋକ

ଯନ୍ତ୍ରଣାରେ ଜର୍ଜରିତ, ମୃତବତ୍

ପେଟେ ଭର୍ତ୍ତି ଭୋକ ।।

କରିବାକୁ ଚାହେଁ ନାହିଁ ମୂଲ୍ୟବାନ

ଘନ ଅଶ୍ରୁପାତ

ହାରିବା ହରାଇବାର ହେଉଥାଉ

ଯୁୁଦ୍ଧ ଅବିରତ ।।

ବସନ୍ତ କି ବୈଶାଖର ବର୍ଷା ଧାର

ନାହିଁ ମୋର ନିଶା

ପ୍ରେମ ଅବା ପ୍ରଣୟର ପରିଭାଷା

ପାଉ ନୂଆ ଦିଶା ।।

ବେନି ନୟନର କାମ୍ୟ ଦେଖି ବାକୁୁ

ସୁୁୁନ୍ଦର ପୃୃଥିବୀ

କିିିଏ ଜାଣେ ବଳବାନ ସମୟରେ

ହୁଏତ ମୁଁ ଥିବି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract