STORYMIRROR

Puspanjali Panda

Abstract

3  

Puspanjali Panda

Abstract

ବିଜନତା

ବିଜନତା

1 min
170

ସତରେ ତୁମେ ନଥିଲେ

ଏଇ ବିଜନତା

ଚାରିଆଡୁ ମାଡ଼ି ବସେ ମତେ

ରାତିର ବୟସ ବା କେତେ...!

ଏତେ ଚୁପ୍ ଚାପ୍ କେମିତି

ରହିପାର ତୁମେ.!

ମୁଁ ତ ପାରୁନି ,ବରଂ 

ତୁମ ସ୍ମୃତି ସବୁ ତୁମ ଆବର୍ତ୍ତମାନରେ

ମୋ ମନରେ ନାଚେ।

ନୀରବତାର ଅଲଗା ଭାଷା,

ନୀରବ ରହୁଥିବା ସତ୍ତା ହିଁ ଜାଣେ

କେତେ କଷ୍ଟ ବୁଝିବାକୁ ମନ ପରିଭାଷା।

ମୁଁ ତ ଏବେ ବିଜନତାକୁ

ସାଥୀ କରିନେଲି

ତୁମେ ଆସୁନାହଁ ବୋଲି

ଅଭିମାନରେ

ହୃଦୟକୁ ବନ୍ଦ କରିଦେଲି।

ବିଜନ ବେଳାରେ ତୁମେ ବେଶୀ ମନେ ପଡ

ମନେମନେ ଝୁରିହୁଏ ମନ

ଛାତିଟା ଖାଲି ହୁଏ ଧଡପଡ।

ତୁମେ ବେଶ୍ ଜାଣିଛ

ବିଜନତାରେ ତୁମ ଆସିବାର ମଧୁର ଲଗ୍ନ 

ପାଖେଇ ଆସେ ।

କୋଉଠି କେହି ନ ଥିଲେ ବି

ମୁଁ ମନେ ମନେ ହସେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract