ବିଜନତା
ବିଜନତା
ସତରେ ତୁମେ ନଥିଲେ
ଏଇ ବିଜନତା
ଚାରିଆଡୁ ମାଡ଼ି ବସେ ମତେ
ରାତିର ବୟସ ବା କେତେ...!
ଏତେ ଚୁପ୍ ଚାପ୍ କେମିତି
ରହିପାର ତୁମେ.!
ମୁଁ ତ ପାରୁନି ,ବରଂ
ତୁମ ସ୍ମୃତି ସବୁ ତୁମ ଆବର୍ତ୍ତମାନରେ
ମୋ ମନରେ ନାଚେ।
ନୀରବତାର ଅଲଗା ଭାଷା,
ନୀରବ ରହୁଥିବା ସତ୍ତା ହିଁ ଜାଣେ
କେତେ କଷ୍ଟ ବୁଝିବାକୁ ମନ ପରିଭାଷା।
ମୁଁ ତ ଏବେ ବିଜନତାକୁ
ସାଥୀ କରିନେଲି
ତୁମେ ଆସୁନାହଁ ବୋଲି
ଅଭିମାନରେ
ହୃଦୟକୁ ବନ୍ଦ କରିଦେଲି।
ବିଜନ ବେଳାରେ ତୁମେ ବେଶୀ ମନେ ପଡ
ମନେମନେ ଝୁରିହୁଏ ମନ
ଛାତିଟା ଖାଲି ହୁଏ ଧଡପଡ।
ତୁମେ ବେଶ୍ ଜାଣିଛ
ବିଜନତାରେ ତୁମ ଆସିବାର ମଧୁର ଲଗ୍ନ
ପାଖେଇ ଆସେ ।
କୋଉଠି କେହି ନ ଥିଲେ ବି
ମୁଁ ମନେ ମନେ ହସେ ।
