STORYMIRROR

Sneha Mishra

Abstract

3  

Sneha Mishra

Abstract

ବିଜନତା

ବିଜନତା

1 min
203

 ଭ୍ରାନ୍ତ ପଥିକ

 ଖୋଜି ବୁଲୁଚି ପରା

 ସଠିକ ମାର୍ଗ ||୧||


ମନ ମସ୍ତିଷ୍କ

ବିଜନତାର ସଙ୍ଗ

ଜୀବନ-ଅଙ୍ଗ ||୨||


 ଚଞ୍ଚଳତାରେ

 ଅନ୍ତରାତ୍ମା ବିହ୍ଵଳିତ

 ଆଜି ଚକିତ ||୩||


ସ୍ଥିରତ୍ଵ ଆତ୍ମା

ସେ ଅସ୍ଥିର ମନର

ଅଛି ପ୍ରତୀକ୍ଷା ||୪||


 ଚିତ୍ତ ଚଞ୍ଚଳ

 ଘନ ଘୋର ଗର୍ଜନ

 ଭୟ ଉତ୍ପନ୍ନ ||୫||


 ଦ୍ଵନ୍ଦ ବିଷାଦ

 ଇନ୍ଦ୍ରିୟ ବହିର୍ମୁଖ

 ତରଙ୍ଗାୟିତ ||୬||


 ଉର୍ମି ଅଧିର

 ସମୀରଘାତେ ଅସ୍ଥିର

 ଭବ ସାଗର ||୭||


 ନିସ୍ତବ୍ଦ ଶବ୍ଦ

 ଶ୍ରୁତି ଇନ୍ଦିୟାତୀତ

 ନିର୍ବାଣ ପଦ ||୮||

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract