STORYMIRROR

Puspanjali Panda

Abstract

3  

Puspanjali Panda

Abstract

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
173

ଅନ୍ତରଙ୍ଗ ମଣିଷ ମାନଙ୍କୁ

ଆଉ ବିଶ୍ୱାସ କରିହେଉନି

ଅବିଶ୍ୱାସର କାରଣ କହିପାରୁନି ।

ଯଶ ଓ ଐଶ୍ୱର୍ଯ୍ୟ ହେଇପାରେ

ନହେଇ ବି ପାରେ

ସ୍ୱାର୍ଥ ସହିତ ହୋଇପାରେ

ସ୍ୱାର୍ଥ ରହିତ ବି ହୋଇପାରେ

ଏ ଜୀବନରେ ଆଉ ହେଇପାରିବନି।

ଇର୍ଷାର ଅନଳରେ

ଦହନ ହେବାର ଇଚ୍ଛା ବଢାଉଛତ ,ବଢୁ

ଅବସୋସ କରିବିନି।

ଖାଁ ଖାଁ ଖରାବେଳ

ଘମାଘୋଟ ନିଦୁଆ ଆଖିରେ

ସ୍ୱପ୍ନ ଦେଖିବାକୁ

ମନା କରିବିନି।

ତମ ନିଶାରେ ନିଶ୍ୱ ହୋଇଗଲେ ବି

ଅନ୍ତରଙ୍ଗ ମଣିଷ ବୋଲି

ପାଟି ଖୋଲିବିନି।

କାରଣ ଅନ୍ତରଙ୍ଗ ମଣିଷ ମାନଙ୍କ

ବିଶ୍ୱାସ ,ନିଶ୍ୱାସ 

ଦିଇଟା ର, ରଙ୍ଗ ବଦଳିଗଲାଣି।

ଆଉ ମୋ ମନ ଏବେ

ପ୍ରାୟଶ୍ଚିତ କଲାଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract