ଦେହ
ଦେହ
ମନରୁ ଯାଉନି
ଭୂଲି ତ ହେଉନି
ବ୍ୟଥା ବେଦନାର ଗୀତି
ସମୟ କହିବ
କେମିତି ହଟିବ
ବିଦଗ୍ଧ ପ୍ରାଣର ଭିତି।।
ପାରୁନାହିଁ କହି
ଆଖି ଲୁହ ପିଇ
ଓଠ ମୋ ଓଲଟା କହେ
ଅଜଣା ଅଶୁଣା
ଭାବର ଭାବନା
କଷ୍ଟେ ମଷ୍ଟେଦେହ ସହେ।।
ମନ ଅଗଣାରେ
ଫୁଲର ଡାଳରେ
ହଳଦୀବସନ୍ତ ଉଡେ
ଝୁରେ ରାତିଦିନ
ବଡ଼ ହିନିମାନ
ବିଗତ ସମ୍ପର୍କ ଯୋଡେ।
