STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଦେହ

ଦେହ

1 min
188

ମନରୁ ଯାଉନି

ଭୂଲି ତ ହେଉନି

ବ୍ୟଥା ବେଦନାର ଗୀତି

ସମୟ କହିବ

କେମିତି ହଟିବ

ବିଦଗ୍ଧ ପ୍ରାଣର ଭିତି।।

ପାରୁନାହିଁ କହି

ଆଖି ଲୁହ ପିଇ

ଓଠ ମୋ ଓଲଟା କହେ

ଅଜଣା ଅଶୁଣା

ଭାବର ଭାବନା

କଷ୍ଟେ ମଷ୍ଟେଦେହ ସହେ।।

ମନ ଅଗଣାରେ

ଫୁଲର ଡାଳରେ

ହଳଦୀବସନ୍ତ ଉଡେ

ଝୁରେ ରାତିଦିନ

ବଡ଼ ହିନିମାନ

ବିଗତ ସମ୍ପର୍କ ଯୋଡେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract