STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ଅନ୍ଧକାର

ଅନ୍ଧକାର

1 min
201

ଜୀବନେ କେବେ ଆଲୋକ କେବେ ଅନ୍ଧକାର,

ସୁଖ ଦୁଃଖ ହସ କାନ୍ଦ ଦିନ ରାତି ଖେଳ।

ଦିବାକାଳ ସୁଖଦାୟୀ ସଂସାର ପ୍ରାଣରେ

ପ୍ରଶାନ୍ତ ନିଦ୍ରାରେ କେହି ଶୁଏ ଅନ୍ଧକାରେ ।


ଅନନ୍ତ ବିଶ୍ବବ୍ରହ୍ମାଣ୍ଡ ଅନ୍ଧକାରମୟ,

ସୂର୍ଯ୍ୟ ପ୍ରାୟ ତାରାଗଣ ହୁଅନ୍ତି ସହାୟ।

ନିଜ ଜ୍ୟୋତି ଉଷ୍ମ ରଶ୍ମି କରନ୍ତି ପ୍ରକାଶ,

ନଭମଣ୍ଡଳେ ସୀମିତ ଦୂରେ ଆଲୋକିତ।


ନକ୍ଷତ୍ର ମଣ୍ଡଳେ ସୂର୍ଯ୍ୟ ତାରା ଗ୍ରହଗଣ,

ଆବର୍ତ୍ତନ ନିୟମର ସରବେ ଅଧୀନ।

ଉତ୍ପତ୍ତି ହୁଏ ଯାହାର ଦିନେ ହୁଏ ଅନ୍ତ,

ଏଣୁ ଅନ୍ଧକାର ନିତ୍ୟ ମୃତ୍ୟୁ ପ୍ରାୟ ସତ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract