Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Abstract

3  

Puspanjali Panda

Abstract

ଚିଠି

ଚିଠି

1 min
176


କାଗଜ ଖଣ୍ଡିଏ ମନ କଥା କୁହେ

କନ୍ଦାଇଦିଏ ତ ହସାଇଥାଏ

ସ୍ମୃତିର ଫରୁଆ ଭିତରୁ ବାହାରି

ଭଲ ମନ୍ଦ କଥା ଲେଖାରେ କହେ।।


ଯେତେଦୁରେ ଥିଲେ ଚିଠି ମିଳିଗଲେ

ପ୍ରିୟ ମଣିଷଟି ପାଖରେ ମିଳେ

ଯେତେ ପଢୁଥିବ ମନଖୁସୀ ହେବ

ବିନା ପାଦେ ମନ ଆଗକୁ ଚାଲେ ।।


ବାପାଙ୍କ ଚିଠିରେ ଉପଦେଶ ଭରା

ମାଙ୍କ ଚିଠିରେ ସେନେହ ଥାଏ

ଭଉଣୀ ଚିଠିରେ ଅଳିଅଳି କଥା

ପ୍ରାଣପ୍ରିୟ ଚିଠି କୋଳେଇ ନିଏ ।।


ପୂଜାଷ୍ପଦ ବାପା ମାଆ ମୁଁ ଲେଖିଛି

କୁନି ଭଉଣୀର କଥା ବି ଲେଖେ

ପ୍ରାଣର ସଙ୍ଗିନୀ ଲାଗି ଲେଖୁଥିଲେ

ହୃଦୟ ଭରା ମୋ ଚୁମା ଟି ମାଖେ ।।


ସମୟ ବଦଳି ଗଲାଣି ଚିଠି ମୋ

ଇ ମେଲ୍ ହୋଇ ଚମକୁ ଅଛି

ହେଲେ ମୋ ମନ ଟା ଏଵେ ବି ଗୋଲାପୀ 

କାଗଜ ଚିଠିର ସ୍ୱପ୍ନ ଦେଖୁଛି।।


Rate this content
Log in

Similar oriya poem from Abstract