ମୁଁ ମନ୍ଦିର କହୁଛି...
ମୁଁ ମନ୍ଦିର କହୁଛି...
ଖଣ୍ଡେ ଖଣ୍ଡ ପଥରରେ
ଗଢା ମୋ ଶରୀର
ଯେମିତି ଆକାର ଦେବ
ହେଇଯିବ ପୂର୍ଣ୍ଣ।
ଭଗବାନ ରୂପେ ମୋତେ
ପୂଜେ ଏ ଜଗତ
ଆଶା ଆଉ ଭରସାରେ
ହୁଏ ମୁଁ ଜୀବନ୍ତ।
କେତେ ଯେ ଲୁହର ଧାର
ବୋହିଛି ମୋ ଆଗେ
ଦୁଃଖ ଦୂର ପାଇଁ କିଏ
ହାତଯୋଡି ମାଗେ।
ଅକୁହା ପ୍ରେମର କଥା
ଲେଖା ମୋର ଦେହେ
ଶାନ୍ତି ଓ ସ୍ଵାନ୍ତନାର ଭାବ
ପବନେ ଯେ ବୁହେ।
କିଏ ପାତେ ମଥା ପୁଣି
କିଏ ମାଗେ ଭିକ
ଭୋକ ଉପବାସେ ପୁଣି
ପୂଜୁଥାନ୍ତି ଲୋକ ।
ଭକ୍ତି ଭାବନାରେ କଲେ
ମୋ ଠାରେ ଭରସା
କଷ୍ଟକୁ ହରଣ କରି
ପୁରା କରେ ଆଶା।
ପବିତ୍ର ମନ୍ଦିର ମୁଁ ଯେ
ବାନାକୁ ଉଡ଼ାଇ
ରୋଗୀ ଠାରୁ ଯୋଗିଙ୍କୁ ଯେ
ଆଶ୍ରା ଦେଉଥାଇ ।।