STORYMIRROR

Krishna Mishra

Abstract

3  

Krishna Mishra

Abstract

ଶୀତ

ଶୀତ

1 min
186


    ପୌଷର ସେଇ ଶୀତୁଆ ସକାଳ 

    ଦିଗହଜା କୁହୁଡିର ଜାଲ 

    ଝରେ ଟିପ୍ ଟିପ୍ ଶିଶିର ବିନ୍ଦୁ 

    ସୂରୁଜ କିରଣେ ହୁଏ ଝଲମଲ ।

    ଶୀତ ଲହରୀ ଯେ ଦାଉ ସାଧୁଅଛି 

    ଶୂନ୍ୟ, ନିସ୍ତବ୍ଧ ଧରଣୀ ହୋଇଛି 

    ତରୁଲତା ଡାଳେ ଶରୀର ସଂକୁଚି 

    ପକ୍ଷୀଟିଏ ଦେଖ ଚକ୍ଷୁ ମୁଦିଅଛି ।

    ଦେଖି ସୂରୁଜର ଆଖି ମିଟିକା 

    ବ୍ୟଥିତ ସଂସାରେ ଧନୀ ଓ ଦୀନ 

   ଦୀର୍ଘ ରଜନୀ ଆଉ କ୍ଷୁଦ୍ର ହୁଏ ଦିନ 

    ଥରୁଛି ଶରୀର, ଥରୁଛି ମନ।

    ‌‌‌‌‌‌‌‌‌ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract