STORYMIRROR

Lopamudra Parida

Abstract

3  

Lopamudra Parida

Abstract

ଭୁଲ୍ ଠିକଣା

ଭୁଲ୍ ଠିକଣା

1 min
180


ଦୁଃଖ ଟି ଗୋଟେ ଭାର ଭଲ ସାଥି

ହାତ ଧରି ସାଥେ ଚାଲେ

ପାଦେ ପାଦେ ଜଗିଥାଏ

ଜଗିରଖି କଥା କହେ

ଚୁପ୍ ଚାପ୍ ପାଖେ ବସେ

ଝୁଣ୍ଟି ଗଲେ ତୋଳି ଧରେ ।।

ଚିହ୍ନେଇଦିଏ ଚିହ୍ନା ଅଚିହ୍ନା ପଦପାତ

ଶିଖେଇ ଦିଏ ,କିଏ କେମିତି!

ତୁ ଆଉ ତୋର ସ୍ବପ୍ନ

ପେଲି ଟାଣି ଧରେଇ ଦିଏ

ନିଜ ଭିତରୁ ନିଜକୁ ଖୋଜିବାର ଟାଣପଣ

ଜିଦ୍ କରି ଖୋଜିବାକୁ କହେ

ନିଜ ପରିଚୟ ।।

ଦୁଃଖ ଟା ଗୋଟେ ଭାରି ଭଲ ସାଥି

ନିରୋଳାରେ ବୁଝାଏ

ଭୋକକୁ ଟାଣ କରେ

ଓଠକୁ ଲୁହ ପିଇବା ଶିଖାଏ

ଭିଜା ଆଖି ରେ ହସ ଧାରେ

କଜ୍ବଳ କରି ପିନ୍ଧାଏ

'ସୁଖ' କୁ ଦୂରରେ ଥାଇ ଦେଖାଏ

ଆଉ ସେଇ ଆଶାଟିକୁ

ଏତେ ଗାଢେଇକି ଗଣ୍ଠି ମାରେ ଯେ 

ଜୀଇଁବା ଆପେ ଶିଖିହୁଏ

ଲଢିବା, ଜିତିବା ଆଉ

ହାରିକି ବି ଖୋଲା ହସ

ହସିପାରିବା ଶିଖିଯାଏ ।।

ହାତ ମୁଠା ଭିତରେ ସ୍ବପ୍ନ କୁ ସାଉଁଟେଇ ଦେଇ

ଧକ୍କା ଟେ ମାରି କହେ

ହେଇ ଦେଖ, ' ସକାଳ ଆସୁଛି '

ସାଉଁଳେଇ ସିନା ଦିଏନି

ଦୁଃଖ ଟା କିନ୍ତୁ ଭାରି

ଭଲ ସାଥି 

ଭୁଲ୍ ଠିକଣା ରେ ପାଦ ଖସିବାକୁ ଦିଏନି

ବୁଡେଇ ବୁଡେଇ ପହଁରା ଶିଖାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract