STORYMIRROR

Prahallad Sahoo

Abstract Romance

3  

Prahallad Sahoo

Abstract Romance

କୁଞ୍ଜ ବିହାରୀ : ବଂଶୀଧାରି 🛕🛕🛕

କୁଞ୍ଜ ବିହାରୀ : ବଂଶୀଧାରି 🛕🛕🛕

1 min
183

ଗୋପ ବୃନ୍ଦାବନେ ପ୍ରଭୁ କି ଲୀଳା ଲଗେଇଲ

ବ୍ରଜ ଭୂମି ମଥୁରା ନଗରେ କି ରାସ ରଚିଗଲ

ଝୁରି ଝୁରି ନୟାନ୍ତ ହେଲେ ଷୋହଳ ସହସ୍ର ଗୋପାଙ୍ଗନା;

ପାଗଳ ପରାୟ କାମଧେନୁ ସଙ୍ଗେ ଗଉଡ ପିଲା

ଡାକି ହାକି ପଚାରନ୍ତି ସେ ଚତୁରି ଗୋପ ଗଉଡୁଣୀ

କାହିଁଗଲା, କାହିଁଗଲା ଆମ ନଟଖଟ କାଳିଆ କାହ୍ନା ।।


ଆଉ ରଖିବୁ ନାହିଁ ଲୁଚେଇ ସର ଲବଣୀ ତୋ ପାଇଁ

ବନ୍ଦ୍ ଦରଵାଜା ତୋ ଲାଗି ଆଜି ରହିଛି ଖୋଲା

ମୋହ ଭଙ୍ଗ କରି ଫେରିଆ ଥରେ ମୋ କଳା କହ୍ନେଇ

ତୁ ପରା ଆମ ମନ ସିନ୍ଧୁକର କୋଲପ ତାଲା ।।


ତୁମ ବିନା ଏଠି ଶୁଭେ ନାହିଁ ଆଉ ସେ ବଂଶୀର ସ୍ବର

ତୁମ ବିନା ଏଠି ଖାଲି ଖାଲି ଲାଗେ କେଳି କଦମ୍ବ ମୂଳ।।

ତୁମ ବିନା ଏଠି ଫୁଟେ ନାହିଁ ଆଉ ସେ କୃଷ୍ଣଚୂଡା ଫୁଲ

ତୁମ ବିନା ଏଠି ଚାଲୁ ନାହିଁ ନାଆ ଶୂନ୍ଯ ଯମୁନା କୂଳ।।


ଶ୍ଯାମ ତମାଳ ରଙ୍ଗ ହିନ ତୁମ ଶ୍ରୀଅଙ୍ଗ ପରଶକୁ ଝୁରେ

ରାଧା ବନ ଏଠି ମୁରୁଛି ଗଲାଣି ତୁମ ବିରହ ଜ୍ବାଳାରେ।।

ଏବେବି ବନ୍ଦ୍ ଦରଵାଜା ରାଧାବନେ ତୁମ ରାସ କୋଠରୀ

ପ୍ରଭାତେ ଇତସ୍ତିତ ମିଳେ ରାଧାରାଣୀଙ୍କ ଶୃଙ୍ଗାର ସାମଗ୍ରୀ।।


ଗୋଧୂଳିରେ କାମଧେନୁ ମୁଖେ ହମ୍ମା ରଡି ଶୁଭୁ ନାହିଁ

ବାନର ପଲ୍ଲ ବି ନିରବ ରାଧା କୁଞେ କୋଳାହଳ ନାହିଁ।।

ସଞ ନଇଁ ଗଲାପରେ ବାସୁ ନାହିଁ ଆଉ ମଲ୍ଲି ମାଳତୀ

ଶରମି ଯାଉଛି ଶିଆଳି ଲତା ଦେଖି ଆଉ କାହା ପ୍ରୀତି।।



Rate this content
Log in

Similar oriya poem from Abstract