ନାରୀ
ନାରୀ
ମୁଁ ନାରୀ …..
ଆଶା ବୈତରଣୀ, ଶତୃ ସଂହାରିଣୀ
ମୁଁ ଦୁଃଖହାରିଣୀ, ପତିତପାବନୀ
ମୁଁ ପ୍ରୀତି ଶୃଙ୍ଗାରୁଣୀ, ମନ୍ତ୍ର ମୋହିନୀ
ମୁଁ ସୃଷ୍ଟି ସଂରକ୍ଷଣୀ, ପାପନାଶନୀ ।
ମୁଁ ନାରୀ …..
ଜନନୀ, ଭଗିନୀ, ରମଣୀ,
ମୁଁ ମମତାର ନିର୍ଝରିଣୀ,
ମୁଁ ପ୍ରେମର ସ୍ରୋତସ୍ଵିନୀ,
ମୁଁ ସତ୍ତାର ସହଧର୍ମିଣୀ,
ମୁଁ କର୍ତ୍ତବ୍ଯର ସହକର୍ମିଣୀ,
ମୁଁ କର୍ତ୍ତାର ଘରଣୀ ।
ମୁଁ ନାରୀ …..
ଦୁଃଖ ହାରିଣୀ, ମନମୋହିନୀ,
ମୁଁ ଶାନ୍ତି, ମୈତ୍ରୀର ଅଧିକାରିଣୀ,
ମୁଁ ସତ୍ୟ, ଧର୍ମର ସୁରକ୍ଷାକାରିଣୀ,
ମୁଁ ଦୟା, କ୍ଷମାର ପରିଚାରିଣୀ ।
