STORYMIRROR

BISWESWAR MAJHI

Abstract

4  

BISWESWAR MAJHI

Abstract

ଅଭିମନ୍ୟୁ ସମ କବି ନାହିଁ

ଅଭିମନ୍ୟୁ ସମ କବି ନାହିଁ

1 min
421


(ଉପମା ଭଞ୍ଜ ବୀରସ୍ୟ 

ତସୈବ ଚାର୍ଥ ଗୌରବମ୍ 

କଲ୍ଲୋଳେ ପଦ ଲାଳିତ୍ୟମ୍ 

ସ୍ୟନ୍ତି ଚିନ୍ତାମଣୌ ତ୍ରୟମ୍)


ଉପମା ଅରଥ  ଗୌରବ ଲାଳିତ୍ୟ

   ତିନି ଯହିଁ ସମାହାର

ବଇଷ୍ଣବ କବି  କବି ମଧ୍ଯେ ରବି

   ତୁମେ ସାମନ୍ତ ସିଂହାର।୧।


ଜିଲ୍ଲା ଜାଜପୁର ବାଲିଆ ନଗର

   ତୁଳସୀଙ୍କ ଗର୍ଭଜାତ

ସାମନ୍ତସିଂହାର ଇନ୍ଦ୍ରଜିତ ପୁତ୍ର 

   ରାଧା ଅଂଶେ ପ୍ରତିଭାତ।୨।


ମାଘ ସପ୍ତମୀର  ପବିତ୍ର ତିଥିର

    ସତରଶ ଷାଠିଏର 

ଫେବୃଆରୀ ମାସ ତେଇଶ ଦିବସ

    ଧରାବତରଣ କଲ।୩।


ଛୟାଳିଶ ବର୍ଷ ଜୀବନ ଉତ୍କର୍ଷ 

   ରୀତି କାବ୍ୟ ଗନ୍ତାଘର 

ପ୍ରେମ ତରଙ୍ଗିଣୀ ପ୍ରେମ ଚିନ୍ତାମଣି

    ପ୍ରେମକଳା କାବ୍ୟସାର।୪।


ରଚି ବାଘଗୀତ ଚଢେଇ (ସଂ)ଗୀତ

    ରସବତୀ ସୁଲକ୍ଷଣା(ଣୀ)

ଶ୍ରେଷ୍ଠ କୃତି ଜାତ ଜଗତ ବିଖ୍ୟାତ 

    ବିଦଗଧ ଚିନ୍ତାମଣି।୫।


କବିକୁଳ କଞ୍ଜ  ଉପଇନ୍ଦ୍ର ଭଞ୍ଜ 

    ଭକ୍ତ କବି ଦୀନକୃଷ୍ଣ

 ରୀତି ପରମ୍ପରା ରାଧାକୃଷ୍ଣ ଲୀଳା

    ବିଦଗ୍ଧ କବିଙ୍କ ମାନ।୬।


ଘୃଣାରେ ଘୋଷିତ ନିର୍ବାଣ ପ୍ରାପତ 

    ଅପ୍ରାକୃତ ପ୍ରେମ ଗାଥା

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରିବାକୁ

    ବିଦଗ୍ଧ କାବ୍ୟିକ କଥା।୭।


ଫନ୍ଦା ବିଭୁପାଦ ଫୁଲ ଶିରୋଧାର୍ଯ୍ୟ 

    ବୁଦ୍ଧ ମନବୋଧ ପାଇଁ

ଚନ୍ଦ୍ରରୁ ଶୀତଳ  ସୂର୍ଯ୍ୟରୁ ବିମଳ

    ଚିନ୍ତାମଣି ଉଦ୍ଘୋଷଇ।୮।


ନଅ ବରଷରୁ  ଅଭିମନ୍ୟ ଗୁରୁ

    ଲେଖିଲ ବୋଲେ ହୁଁ ଟି

ଅଠରଶ ଛଅ ତେଜିଲ ବିଷୟ

   ଝୁରୁଛି ଉତ୍କଳ ମାଟି।୯।


ଅତୀନ୍ଦ୍ରିୟ ପ୍ରେମ କରି ପୂର୍ଣ୍ଣକାମ

    ଲଳିତ ମଧୁର ଛାନ୍ଦ 

ଉପମା ଯମକ   ଶବ୍ଦର ଟମକ

    ସତେ ସରଗ ସନନ୍ଦ।୧୦।


ହେ ବିଦଗ୍ଧ କବି  ସମତୁଲ୍ୟ କବି

    ଧରାତଳେ ଆନ ନାହିଁ

ତବ ଗୁଣଗାନ  ଖଦ୍ୟୋତିକା ମାନ

    ରବିଙ୍କୁ ରଶ୍ମି ଦେଖାଇ !୧୧।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract