STORYMIRROR

Madhabi Patel

Abstract

4  

Madhabi Patel

Abstract

ମରୁଭୂମି

ମରୁଭୂମି

1 min
385


ଶୁଷ୍କ ବାଲୁକା ମରୁଭୂମିଟେ ମୁଁ

ଜୀବନଟା ମରୀଚିକା

ତପ୍ତ ବାଲୁକା ପ୍ରାନ୍ତରରେ ଘେରା

ବଞ୍ଚେ ଖାଲି ଏକା ଏକା।

ସୁଖର ସ୍ରୋତ ଚାହେଁନାହିଁ ମତେ

ଓଏସିସ୍ କୁ ଥାଏ ଚାହିଁ

ଝର ସାଗର ମୋଠୁ ବହୁଦୂର

ଶୁଷ୍କ ମାଟି ବନ୍ଧ୍ୟା ଭୂଇଁ।

କଣ୍ଟକିତ ବଣ ମୋହର ଆଶ୍ରୟ

ଭାରବାହି ଓଟ ଯହିଁ

ତୃଷାର୍ତ୍ତ ପଥିକ ପଥବଣା ହେଲେ

ମୃତ୍ୟୁ ନିଶ୍ଚିତ ହୁଅଇ।

ମରିଚିକା ଭରା ମାୟା ଜାଲରେ

ପଥିକ ହଟହଟା ହୁଏ

ମୋରି କୋଳରେ ଅନେକ ଜୀବନ

ତୃଷାତୁରା ଚାଲିଯାଏ।

ଶୁଷ୍କ ବାଲୁକା ମରୁଭୂମିଟେ ମୁଁ

ଜୀବନଟା ମରୀଚିକା

ତପ୍ତ ବାଲୁକା ପ୍ରାନ୍ତରେ ଘେରା

ବଞ୍ଚେ ଖାଲି ଏକା ଏକା ।


Rate this content
Log in

Similar oriya poem from Abstract