ମରୁଭୂମି
ମରୁଭୂମି
ଶୁଷ୍କ ବାଲୁକା ମରୁଭୂମିଟେ ମୁଁ
ଜୀବନଟା ମରୀଚିକା
ତପ୍ତ ବାଲୁକା ପ୍ରାନ୍ତରରେ ଘେରା
ବଞ୍ଚେ ଖାଲି ଏକା ଏକା।
ସୁଖର ସ୍ରୋତ ଚାହେଁନାହିଁ ମତେ
ଓଏସିସ୍ କୁ ଥାଏ ଚାହିଁ
ଝର ସାଗର ମୋଠୁ ବହୁଦୂର
ଶୁଷ୍କ ମାଟି ବନ୍ଧ୍ୟା ଭୂଇଁ।
କଣ୍ଟକିତ ବଣ ମୋହର ଆଶ୍ରୟ
ଭାରବାହି ଓଟ ଯହିଁ
ତୃଷାର୍ତ୍ତ ପଥିକ ପଥବଣା ହେଲେ
ମୃତ୍ୟୁ ନିଶ୍ଚିତ ହୁଅଇ।
ମରିଚିକା ଭରା ମାୟା ଜାଲରେ
ପଥିକ ହଟହଟା ହୁଏ
ମୋରି କୋଳରେ ଅନେକ ଜୀବନ
ତୃଷାତୁରା ଚାଲିଯାଏ।
ଶୁଷ୍କ ବାଲୁକା ମରୁଭୂମିଟେ ମୁଁ
ଜୀବନଟା ମରୀଚିକା
ତପ୍ତ ବାଲୁକା ପ୍ରାନ୍ତରେ ଘେରା
ବଞ୍ଚେ ଖାଲି ଏକା ଏକା ।