STORYMIRROR

Pranati Panda

Abstract Others

4  

Pranati Panda

Abstract Others

ଚୋରାବାଲି

ଚୋରାବାଲି

1 min
363


ଜୀବନ ନଦୀରେ ଚାଲିବାର ପଥ

          ପାଦ ତଳେ ଚୋରାବାଲି,

ଫେନିଳ ଲହରୀ ବନ୍ୟା ଜଳ ସାଥେ

          ଆଗକୁ ଦେଉଛି ଠେଲି ।୧।


ସ୍ମୃତିର ସୌଧରେ ଗଢିଥିଲି ଯାହା

          ସେଥି ନାହିଁ ଅଧିକାର,

ଆପଣାର ବୋଲି ସାଇତିଲି ଯାହା

        ସେ'ତ ହେଲା ନାହିଁ ମୋର।୨।


କାନି ପତାଇ ମୁଁ' ଶରଧା ମାଗିଲେ 

          ପାଉଛି ଖାଲି ଜହର,

ମିଛ ଆଶା କରି ହୁଏ ଲୋକ ହସା

         କେ' ହେବ ଅବା ନିଜର।୩।


ଅତୁଟ ବିଶ୍ୱାସେ କି' ଭାବେ କେ' ଆସେ

          ହୃଦୟରେ ଆସି ବସେ,

ଅଭୁଲା ସ୍ମୃତିକୁ  ଫେରି ଚାହିଁବାକୁ

        ଭାଗ୍ୟରେଖା ଆଜି ହସେ।୪।


ଅପରାଧୀ ପରି ବନ୍ଧା ପଡିଅଛି

         ତୁଟାଇ ପାରେନି ମୋହ,

ଅନୁଭୂତ ହୁଏ ସ୍ୱାର୍ଥି ଦୁନିଆଁରେ

         ଏଠି ଖାଲି ମେଞ୍ଚା କୋହ।୫।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract