STORYMIRROR

Monalisha Panda

Abstract Others

4  

Monalisha Panda

Abstract Others

ବର୍ଷା ରାଣୀ

ବର୍ଷା ରାଣୀ

1 min
387

ଅପୂର୍ବ ସେ ବର୍ଷାରାଣୀ ଦୃଶ୍ୟ 

ମନ କହେ କରନ୍ତି ତାକୁ ବାର ବାର ସ୍ପର୍ଶ ।।

କଳା ବାଦଲ ରେ ପରିପୂର୍ଣ ଥାଏ ଯେବେ ଆକାଶ 

ବନ ମଧେ ନାଚେ ମୟୂର ହୋଇ ହରଷ ।। 

ଚକ୍ ଚକ୍ ବିଜୁଳି କୁ ଘଡଘଡି ର ଗର୍ଜନ 

ଭୟଭୀତ କରାଏ ସେ ସଭିଙ୍କ ମନ ।। 

ପହିଲି ବର୍ଷାର ପ୍ରଥମ ବୁନ୍ଦା ଜଳ 

ଦେଖି ଦେହ ମନ ହୁଏ ନିର୍ମଳ ।। 

ବର୍ଷା ଜଳେ ଧରଣୀ ର ମେଣ୍ଟେ ଯେ ତୃଷ୍ଣା

ଅନ୍ତହୀନ ବର୍ଣ୍ଣନା ସେ ଭିଜା ମାଟିର ବାସ୍ନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract