ଅସମ୍ଭବ କଲେ ସମ୍ଭବ !
ଅସମ୍ଭବ କଲେ ସମ୍ଭବ !
ପାହାଡ଼କୁ କାଟି
ରାସ୍ତା କରିଥିଲେ
ବୀର ଦଶରଥ ମାଝୀ !
ଲୋକ କହୁଥିଲେ
ପାଗଳ ତାହାଙ୍କୁ
ଶକ୍ତି ଆସୁଥିଲା ସାଜି !!
ଶୁଣୁ ଥିଲେ ସବୁ
କର୍ଣ୍ଣେ ଦଶରଥ
ବଢୁ ଥିଲା ଦୃଢ଼ ଶକ୍ତି !
ଜନ ହୀତ ଲାଗି
ରାସ୍ତା କରୁଥିଲେ
କର୍ମେ ଥିଲେ ଦିନ ରାତି !!
ପାଗଳ ହୋଇଣ
କାର୍ଯ୍ୟ କରୁଥିଲେ
ହେବ ସଂକଳ୍ପଯେ ପୂର୍ଣ୍ଣ !
ପାହାଡ଼ କାଟିଲେ
କର୍ମ ପଥେ ରହି
ଦଶରଥ ମାଝୀ ଜାଣ !!
ମାଉଁଟେନ୍ ମେନ୍
ନାମରେ ବିଖ୍ୟାତ
ଜାଣିଲା ସାରା ଦୁନିଆ !
ବାଇଶି ବର୍ଷରେ
ପୂର୍ଣ୍ଣି କଲେ ତାହା
ଗୁଞ୍ଜୁ ଅଛି ତାଙ୍କ ନାଆଁ !!
ପଚିଶ ଫୁଟଟି
ଉଚ୍ଚତା ଯାହାର
ତିନିଶ ଷାଠିଏ ଲମ୍ବ !
ତିରିଶ ଫୁଟରେ
ଚଉଡା ତାହାର
ଥିଲ କେତେ ତାଙ୍କ ଦମ୍ଭ !!
ବିହାର ଗୟାରେ
ଜନ୍ମ ଟି ତାଙ୍କର
ଧନ୍ୟ ସେ ପବିତ୍ର ଭୂଇଁ !
ମାଝୀ ଜନହୀତେ
କଲେ ଦିବ୍ୟ କାର୍ଯ୍ୟ
ସ୍ମୃତି ଚିରଦିନ ପାଇଁ !!
ହେ ଯୁବା ଯୁବତୀ
ଧର୍ଯ୍ୟ ରଖି ପଥେ
କର୍ମ କର ତୁହି ନିତ୍ୟେ !
ସଫଳ ହୋଇବୁ
ଦଶରଥ ପରି
କୀର୍ତ୍ତି ରଖି ଦେବୁ ମର୍ତ୍ତ୍ୟୈ !!
