କବିତା
କବିତା
🌹
🪷🪷🪷🪷🪷🪷
କବିତା,,,,,,
କିଏ କହେ ତୁମେ ସରମୀ ଲତା ତ
କିଏ କହେ ତୁମେ କାହାର ବନିତା,
କିନ୍ତୁ,
ମୁଁ ଜାଣେ ତୁମକୁ, ମୁଁ ଚିହ୍ନେ ତୁମକୁ,
ତୁମେ ମୋ ହୃଦୟର ସ୍ପନ୍ଦିତ,
ଅନୁରଞ୍ଜିତ ଗାଥା ।
କବିତା,
ତୁମେ ---
ମୋ ଶବ୍ଦର ପ୍ରୀତି ଝଙ୍କାର
ମୋ ଭାବନାର ଶବ୍ଦ ଶୃଙ୍ଗାର
ମୋ ଚଇତାଳି ମନର ଚେତନ
ମୋ ଭାବପ୍ରବଣତାର ସମ୍ମୋହନ।
କବିତା,
ତୁମେ ---
ଫୁଲ ଫଗୁଣର ମହକ
ଶରତର ଶିଶିର ବିନ୍ଦୁର ଉଚ୍ଛ୍ବାସ।
ଚୋରା ବସନ୍ତର ବାସନ୍ତୀକ
ଚାନ୍ଦିନୀ ରାତିର ମୃଦୁ ମଳୟ।
ଧାରାଶ୍ରାବଣର କଳା ବାଦଲ
ନିଦାଘ ଗ୍ରୀଷ୍ମର ଶୀତୁଆ ପବନ।
କବିତା,
ତୁମେ ---
ପ୍ରେମିକର ମଧୁ ସଙ୍ଗୀତ
ଭାବ ଓ ଭାବନାର ସ୍ରୋତ।
ପ୍ରୀତିର ଝର ଝର ଝରଣା
ଶିକ୍ତ କାମନାର ମୁକ୍ତ ବରଣା।
ବାସନାର ବାସ୍ନାୟିତ ଝଲକ
ପ୍ରେମିକାର ପ୍ରୀତିଭରା ମହକ।
କବିତା,
ତୁମେ ---
ଅନ୍ଧର ଲହୁଡି
ଖଞ୍ଜର ଆଶାବାଡ଼ି।
ପ୍ରେରଣାର ଊତ୍ସ
ତୁମେ ଚିରନ୍ତନ ସ୍ବଚ୍ଛ।
ସ୍ବଚ୍ଛ ଆଲୋକର ସତ୍ତା
ଦରିଦ୍ରର ହୃଦୟ ବ୍ୟଥା।
ମରିଚିକାର ଜଳବିନ୍ଦୁ
ତୃଷାର୍ତ୍ତର ମହା ସିନ୍ଧୁ।
ଯୌବନର କଅଁଳ ପତ୍ର
ବାର୍ଦ୍ଧକ୍ୟର ଗହନ ମନ୍ତ୍ର।
ତୁମେ ଅନାସକ୍ତ ମହୁଲି ନିଶା
ଅକୁହା ଵେଦନାର ପ୍ରତ୍ଯାଶା।
🔮🔮🔮

