STORYMIRROR

Jyotirmoyee Mohanty

Abstract

4  

Jyotirmoyee Mohanty

Abstract

ସଖା-୫

ସଖା-୫

1 min
311

ତୁ ତ ମୋର ଏ ଛଳଛଳ ଆଖିର ସ୍ବପ୍ନରେ

ଏ ଧଡ ଧଡ କରୁଥିବା ହୃଦ ସ୍ପନ୍ଦନରେ 

ତୁ ତ ମୋର ଶିରା ପ୍ରଶିରାରେ 

ପ୍ରବାହିତ ପ୍ରତିଟି ପ୍ରତି ରକ୍ତ କଣିକାରେ 

ପ୍ରତିଟି ଲୋମ କୂପ ମୂଳେ, 

ସଖା ମୋର ତୋତେ ଛାଡି 

କେମିତି ବଞ୍ଚିବି କହ? 


ତୋ ବିନା ସାରା ଦୁନିଆ ଅନ୍ଧାର ଲାଗେ 

ନା ଭୋକ ଶୋଷ ହୁଏ 

ନା ମୁଁ ସଜବାଜ ହୁଏ 

ନା ଆପଣାଇ ପାରେ ଆଉ କାହାକୁ 

ତୁ ତ ମୋର ଏକଇ ରାଜ ରାଜାଧିପତି 

ଏ ହୃଦୟ ସିଂହାସନେ 

ସଖା ମୋର ତୋ ବିନା 

କାହାକୁ ବସିବି କହ? 


ମୋ ପ୍ରତିଛବି ରେ ମୁଁ ତୋତେ ହିଁ ଦେଖୁଛି 

ତୁ ତ ମୋର ଶ୍ୱାସ ପ୍ରସ୍ବାସରେ  

ମୋର ବାହାରେ ଅନ୍ତରେ 

ତୋତେ ପୂଜା କରି, ତୋ ନାମକୁ ଧ୍ୟାୟି 

ବିତି ଯାଉ ଏ ଜୀବନ

ସଖା ମୋର ତୋ ଚରଣରେ

ସଖା ମୋର ତୋ ଚରଣରେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract