STORYMIRROR

Kali Kumar

Abstract Inspirational

4  

Kali Kumar

Abstract Inspirational

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
401

ହେ ଜୀବନ !

ମୁଁ ଯଦି ଯନ୍ତ୍ରଣାକୁ ଲେଖିଦିଏ

ତେବେ ତୁମେ ହେବ ମୋ ପ୍ରେରଣା

ମୁଁ ଯଦି କିଛି ଆଶାକୁ ପୋଷିନିଏ

ତେବେ ତୁମେ ହେବ ସବୁ ସମ୍ଭାବନା ।।

 

ହେ ଜୀବନ !

ମୁଁ ଯଦି ତୁମ ରୂପକୁ ଆଙ୍କିଦିଏ

ତେବେ ତୁମେ ହେବ ମୋ ରଙ୍ଗତୁଳୀ

ମୁଁ ଯଦି ତୁମ କଥା ଲେଖିଦିଏ

ତେବେ ତୁମେ ହେବ ମୋ କାଗଜକାଳି ।।


ହେ ଜୀବନ !

ତୁମେ କେତେବେଳେ ଫିକା କାନଭାସ୍ ରେ

ରଂଗଯୁକ୍ତ ରଙ୍ଗୀନ୍ ବର୍ଣ୍ଣାଳି,

ତୁମେ କେତେବେଳେ ଅନ୍ଧକାରେ

ଜ୍ୟୋତିର ଦୀପ୍ତମୟ ଦୀପାଳି,

ତୁମେ କେତେବେଳେ ନିରାଶ ଜୀବନେ

ଆଶାର ଶୁଭ୍ର ଝରା ଶେଫାଳି,

ପୁଣି କେତେବେଳେ ଶୀତୁଆ ସଞ୍ଜରେ

ଅସ୍ପଷ୍ଟ ଅଦୃଷ୍ଟ ଗାଁ ଗୋଧୂଳି,


ହେ ଜୀବନ !

ନିରାଶମୟ ହତାଶମୟ ଜୀବନ ପଥେ

ତୁମେ କୋଇଲିର ସୁମଧୁର କାକଳି

ତୁମେ ରଂଗହୀନ ଜୀବନେ

ରଂଗଯୁକ୍ତ ରଙ୍ଗୀନ୍ ବର୍ଣ୍ଣାଳି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract