STORYMIRROR

pranati Mahapatra

Children

3  

pranati Mahapatra

Children

ସମର୍ପଣ

ସମର୍ପଣ

1 min
224


ଧନ ବୈଭବ କିଛି ନୁହେଁ ମୋର

  ସବୁ ପ୍ରଭୁ ତବ ଦାନ,

ଜୀବନର ସବୁ କର୍ମଫଳ 

   ତବ ପାଦେ କରେ ସମର୍ପଣ।

    

ନାମରୁ ଝରୁଛି ତବ ମଧୁରାମୃତ

    ମଧୁରସ କରେ ପାନ,

ଚରଣ ଯୁଗଳେ ମୋ ମନ ହୃଦୟ

    କରେ ନିତ୍ୟ ସମର୍ପଣ।


ସମ୍ପୂର୍ଣ୍ଣ ଭାବରେ କାୟ ମନୋବାକ୍ୟେ

    କଲି ମୁହିଁ ସମର୍ପଣ,

ରଖିଲେ ରଖିବ ମାରିଲେ ମାରିବ

    ଲୟ ଯୁଗଳ ଚରଣ।


ଦୁଇପାଦ ମୋର ସଂସାରେ ଅଟକେ

   ଚିତ୍ତ ମୋର ପାଦେ ତୋର,

ମାୟା ମୋହ ଛାଡ଼ି ସମର୍ପଣ ତୋତେ

    କିପରି କହ ହେ ଚକ୍ରଧର।


ଲୀଳାମୟ ତୁମେ କି ଲୀଳା ରଚାଅ

    ତୁମ୍ଭ ଲୀଳା ତୁମ୍ଭେ ଜାଣ,

ଷଢରିପୁ ମୋର ହରି ନିଅ ହରି

    ମୁଁ ନିଜକୁ କଲି ସମର୍ପଣ।


ଆକୁଳେ ଡାକୁଛି ହେ ଦୀନବାନ୍ଧବ

  ଦୁଃଖ ଯାତନା ମୋ କର ଦୂର,

ମୃଗୁଣୀ ଦୌପଦୀ ଦୁଃଖ ଦୂର କଲ

      ମୋ ପାଇଁ କିଆଁ ନିଷ୍ଠୁର।

ନିଜକୁ କଲି ମୁଁ ସମର୍ପଣ 

     ଆହେ ପ୍ରଭୁ ପିତାମ୍ବର।


ପରମେଶ୍ବର ଜଗଦୀଶ୍ଵର ନୀଳାମ୍ବର

   ସୃଷ୍ଟି କର୍ତ୍ତା ହର୍ତ୍ତା ବିଶ୍ଵେଶ୍ଵର,

ସମର୍ପଣ କରେ ଭକତି ଅନ୍ତରେ

   ସ୍ନେହ ଶ୍ରଦ୍ଧା ଭର ହୃଦେ ମୋହର।


ତବ ବଡ଼ଦାଣ୍ଡେ ଭକ୍ତ ସାଲବେଗ

          କରିଥିଲା ସମର୍ପଣ,

ତା ଭାବ ଭକ୍ତିରେ ବନ୍ଧା ହୋଇ ପ୍ରଭୁ

          ଦେଇଥିଲ ଦରଶନ।


ନିତି ଦେଖୁଥିବି ତୋ ଚକାନୟନ

    ତୋର ବଡଦାଣ୍ଡେ ଥାଇ,

ଆନ ଆଶା କିଛି ନାହିଁ ମୋ କାଳିଆ 

     ସମର୍ପଣେ ଡାକୁଥାଇ।


ସମର୍ପଣ ତୋତେ କରିଅଛି ସିନା

   ତୁ ନେଉ ନିତି ପରୀକ୍ଷା,

ଦୁଃଖ ଯାତନା ମୋ ଚିର ସହଚର

    ଦେଲୁ ଅସହାୟ ଆଖ୍ୟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children