ମାଆ ଓ ମମତା
ମାଆ ଓ ମମତା
ଜୀବନ ଧାରଣେ ପ୍ରୟୋଜନ ହୁଏ
ଅନ୍ୟର ଯେ ସହଯୋଗ
ବିଦ୍ୱାନ୍ ବୁଝଇ ଏହାର ମହତ୍ଵ
ମୁର୍ଖ ଯେ ବୁଝେ ସଂଭୋଗ ।
ପିତା ଚିନ୍ତାଧାରା ସନ୍ତାନ ପାଳନେ
କରି ଥାଏ ଶ୍ରମ ଦାନ
ମମତାମୟୀ ସେ ସ୍ନେହଶିଳା ମାତା
ସନ୍ତାନର ବୁଝେ ମନ ।
ତସ୍କରର ବୁଦ୍ଧି ସୀମିତ ହୁଅଇ
ମାତା ଜ୍ଞାନ ସୀମା ହୀନ
ମୁଢ କି ବୁଝିବେ ପୁତ୍ର ପୁତ୍ରୀ ପାଇଁ
ମାତା ତ୍ୟାଗ ବଳିଦାନ ।
ଘଡ଼ିଏ ନଦେଖି ଜନନୀ ପରାଣ
ହେଉ ଥାଏ ବିଚଳିତ
ସତେ ଚଉଦିଗ ଅନ୍ଧକାର ଭାସି
ଅଶ୍ରୁ ଜଳରେ ପ୍ଳାବିତ ।
ସ୍ବଳ୍ପ ଆହାରରେ ଜୀବନ ବଞ୍ଚାଇ
ଭୁଞ୍ଜାଏ ସନ୍ତାନେ ଅନ୍ନ
ହେଉ ସେହି ପଙ୍ଗୁ କିବା ଜୀବ ଜନ୍ତୁ
ନଥାଏ ମନରେ ଭିନ୍ନ ।
ମଙ୍ଗଳ ମନାସି ଓଷା ବ୍ରତ କରେ
ପ୍ରଭୁ ନାମ ଧରି ଚିତ୍ତେ
କୁଳର ଚିରାଗ ଦୀର୍ଘାୟୁ ହେଉ ମୋ
ସାହା ହୁଅ ଦିବା ରାତେ ।
ମାତାର ଭାବନା କିବା ସେବା ଦାନ
ପରିଶୋଧ କଷ୍ଟକର
ସର୍ବଦା ପୂଜିଲେ ମାତାଙ୍କ ଚରଣ
ନର୍କରୁ ହୋଇବା ପାର ।
ଧରଣୀ ପରିକା ସହନଶୀଳତା
ଫୁଲଠୁ କୋମଳ ମନ
ସହସ୍ର ପ୍ରଣାମ ଜଣାଏ ମାତାଙ୍କୁ
ପ୍ରାପ୍ତ ହେଉ ଛାୟା ଦାନ ।