Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ବ୍ୟାୟାମ

ବ୍ୟାୟାମ

1 min
381



ଖାଉଥିବ ବସି ଭୂରି ସିଟିମିଠି

ମାଛ ମା°ସ ଅଣ୍ଡା ଭଲ

ନିଗାଡୁ ନଥିବ ପରିଶ୍ରମ କରି

ଦେହୁ ଯଦି ଟୋପେ ଝାଳ ।


ଦେଖୁଥିବ ଖାଲି ଟିଭି ଦିନରାତି

ଶୋଉଥିବ ଗଧ ପରି

ଦେହ ମେଞ୍ଚାକେଞ୍ଚା ମାଉ°ସ ପିଣ୍ଡୁଳା

ପଡିବ ପେଟ ଓହଳି ।


ଅଳସୁଆ ମନ ଲାଗଇ ନିସ୍ତେଜ

କାମରେ ନ ଲାଗେ ମନ

ବସା କରିଯାଏ ଦୁଷ୍ଟ ସଇତାନ

ଆଳସ୍ୟ ଦୁଃଖ କାରଣ ।


ଖେଳ କସରତ ଶାରିରୀକ ଶ୍ରମ

ଅଥବା ବ୍ୟାୟାମ ଯୋଗ

ସକାଳ ସଞ୍ଜରେ କଲେ ନିୟମିତ

ସୁସ୍ଥ ରହିଥାଏ ଦେହ ।


ଝାଳ ଆକାରରେ ଦୂଷିତ ବିଷାକ୍ତ

ଶରୀରର ବର୍ଜ୍ୟଦ୍ରବ

ନିର୍ଗତ ହୋଇଲେ ମାନବ ଦେହରୁ

ରକ୍ତ ହୋଇଥାଏ ଶୁଦ୍ଧ ।


ସୁଦୃଢ଼ ହୁଅଇ ହାଡ଼ ମାଂସପେଶୀ

ସୁଠାମ ଅଙ୍ଗ ପ୍ରତ୍ୟଙ୍ଗ

ବୃଦ୍ଧି ହୋଇଥାଏ ବଳ ବୀର୍ଯ୍ୟ ତେଜ

ଦେହ ଚଳ କର୍ମ କ୍ଷମ ।


ବ୍ୟାୟାମ ଅଟଇ ଉତ୍ତମ ଅଭ୍ୟାସ

ପରିଶ୍ରମ ମୂଳପୁଞ୍ଜି

ନିରୋଗ ରଖଇ ଶରୀର ଅବଶ୍ୟ

କରାଗ୍ରେ ବସନ୍ତି ଲକ୍ଷ୍ମୀ ।

  ------



Rate this content
Log in

Similar oriya poem from Inspirational