STORYMIRROR

CHINMAYEE PRADHAN

Classics Inspirational Children

4  

CHINMAYEE PRADHAN

Classics Inspirational Children

ମାଆର ରୁପ

ମାଆର ରୁପ

1 min
330

କେତେ ରୂପ ତାର କେତେ ଅବତାର

   କେବେ ବୁଝା ପଡେନା,

ପ୍ରତି ବିପଦର ସାମନା କରେ ଯିଏ

  ମାଆଟି ତାହାର ନାଆଁ।


ଲକ୍ଷ୍ମୀ ସ୍ଵରୂପିଣୀ ଅଟେ ସେ ଜନନୀ

   ମନ ଚିହ୍ନେ ମୁହଁ ଦେଖି

ସନ୍ତାନର ପେଟ ପୂରାଇ ଥାଏ ସେ

   ଆପଣାକୁ ଭୋକେ ରଖି।


ସରସ୍ଵତୀଙ୍କର ସାକ୍ଷାତ ରୂପ ସେ

   ଦେଉଥାଏ ବାଣ୍ଟି ଜ୍ଞାନ,

ପାଠ ସେ ପଢାଏ ଗୁଣ ବି ଶିଖାଏ

   ମୋହେରେ ସବୁରି ମନ।


ଦୂର୍ଗା ସ୍ଵରୂପିଣୀ ତ୍ରିଶୂଳ ଧାରିଣୀ

   ବିପଦ ଆସିଲେ ସାଜେ,

ଶତୃର ସଂହାର କରିବାକୁ ସିଏ

   ମହାକାଳୀ ପୁଣି ସାଜେ।


ଜୀବନ ତାହାର ଆଲୋକ ବର୍ତ୍ତିକା

   ଜଳି କରେ ଆଲୋକିତ,

ସନ୍ତାନକୁ ସୁଖ ଦେଉଥାଏ ନିତି

    ପଥ କରି କୁସୁମିତ।


ଭଲ ବୁଦ୍ଧି ସଦା ଦେଇଥାଏ ସିଏ

   କାନେ କାନେ କହୁଥାଏ,

ଅବାଟରେ ଗଲେ ହାତ ଧରି ନେଇ

   ବାଟ ସେ ଦେଖାଇ ଦିଏ। 


ଦୁଷ୍ଟ ହେଲେ ସିଏ ଆକଟ କରଇ 

   ହେବାକୁ ଉତ୍ତମ ଜନ, 

ଉପରକୁ ସିନା କଠୋର ଦିଶଇ

   କୋମଳ ଫୁଲ ତା ମନ। 


ମାଆ ମମତାର ନାହିଁ ପଟ୍ଟାନ୍ତର

   ସ୍ନେହ ପ୍ରେମ ଗନ୍ତାଘର, 

ମୂଲ ତାର କେବେ କରି ହୁଏ ନାହିଁ 

   ପ୍ରିୟ ସିଏ ସଭିଙ୍କର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics