Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sarangi

Inspirational Children

4  

sasmita sarangi

Inspirational Children

ସନ୍ତାନ

ସନ୍ତାନ

1 min
285



ଉତ୍ତରଦାୟାଦ ସୂର୍ଯ୍ୟ ଅସ୍ତମିତ

ନୂତନ ଶୈଳୀର ଦିନଚର୍ଯ୍ୟାରେ ,

ପଶ୍ଚାତାପ କଲେ କି ହୋଇବ ଆଜି

ଆମ ଭବିଷ୍ୟତ ଅନିଶ୍ଚିତତାରେ ।୧ 


ଅପସଂସ୍କୃତିକୁ ଆପଣାଇ ପିଲେ

 କହନ୍ତି ଏଇଟା ମର୍ଡନ ଜୀବନ ,

ପରିବାର ଆଉ ସଂସ୍କାର ଶବ୍ଦଟି

  ଲାଗୁଛି ସତେ କି ଅପମାନ ।୨ 


କେତେ ଆଶା ନେଇ ମା ବାପା ମାନେ

 ଯତନେ ପିଲାଙ୍କୁ ଗଢି ତୋଳନ୍ତି ,

ସେହି ପିଲା ଆଜି ବଡ ହେବାପରେ

 ଚାଲି ଚଳନରେ ବଦଳିଯାନ୍ତି ।୩


ଚା କପେ ଘରେ ଧରି ଯେ ନଥାଏ

 ପେଗ୍ ସଜାଡେ ସାଙ୍ଗ ମେଳରେ,

ଫ୍ୟାନ୍ସି ଜୀବନଚର୍ଯ୍ୟା ଏ କୁଆଡେ

 ଚିୟର୍ସ ନକଲେ ସମ୍ମାନ ହାରେ ।୪


ଜୋକ ଭଳି ଏଇ ଅପସଂସ୍କୃତିଟା 

 ପିଲାଙ୍କ ମନରେ ବାନ୍ଧିଚି ବସା ,

ଛାଡି ପରିବାର ସଭ୍ୟତା ସଂସ୍କୃତି

 ତିକ୍ତ କରନ୍ତି ଆଶା ଭରସା ।୫


ପିତା ମାତା କାନ୍ଧେ ସନ୍ତାନ ର ଶବ 

  ଯାଉଅଛି ଆଜି ଶ୍ମଶାନ ଭୂଇଁ ,

ପଥଭ୍ରଷ୍ଟ ଏଇ ଯୁବ ସମାଜକୁ

ଦେଖିକି ଆଖି ଆସେ ଜକେଇ ।୬


ତମସାଛନ୍ନ କରନାହିଁ ରେ ଜୀବନ 

 ନବ ଆଶା କର ଉଜ୍ଜିବିତ ,

ମାଆ ବାପାଙ୍କର ବାର୍ଦ୍ଧକ୍ୟର ସାଥୀ

 ତୁମେ ନିଜେ ନିଜ ଭବିଷ୍ୟତ ।୭


ମହାକାଳ ଫଳ ଭାରି ସୁନ୍ଦର ଯେ 

 ଭିତରଟା ତା'ର ପୋଡ଼ା ଅଙ୍ଗାର ,

ଚାକଚକ୍ୟ ଭରା ଅପସଂସ୍କୃତିଟି

 ସନ୍ତାନ ଜୀବନ କରେ ଅନ୍ଧାର । ୮ 


ଶାଳିନତା ରଖି ଜୀବନଚର୍ଯ୍ୟାରେ 

ହର୍ଷୋଲ୍ଲାସେ ଭରି ରଖି ମନକୁ ,

ଅଶାନ୍ତ ନହୋଇ ସ୍ଥିର ଚିତ୍ତେ ରହି 

 ଜୀବନ ବଢାଇ ହୁଏ ଆଗକୁ ।୯ 


ନଷ୍ଟ କରନାହିଁ ସୁନ୍ଦର ସଂସ୍କୃତି

ଅକାଳେ ଜୀବନ ନହେଉ ଅସ୍ତ ,

ସୁପଥେ ଚାଲିଲେ ଆସୁ ଯେତେ ବାଧା

 ଜୀବନ ଯୁଦ୍ଧେ ହେବନି ପରାସ୍ତ ।୧୦।



Rate this content
Log in

Similar oriya poem from Inspirational