STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

)ବିଷୟ ବିଚାରଣୀୟ

)ବିଷୟ ବିଚାରଣୀୟ

1 min
362


ସହଜ ସୁଲଭ ଜ୍ଞାନ ଓ ବିଜ୍ଞାନ

ଯୋଗାଯୋଗ ଯାତାୟତ

ସଞ୍ଚାର ମାଧ୍ୟମ ହୁଏ କ୍ଷିପ୍ରତର

ଦିନକୁ ଦିନ ଉନ୍ନତ ।


ଜୀବନ ଧାରଣ ନୂତନ ପ୍ରବିଧି

ସୁବିଧା ଆବଶ୍ୟକତା

ଉଦ୍ଭାବିତ ହୁଏ ଯନ୍ତ୍ରୋପକରଣ

ରସାୟନେ ଜଟିଳତା ।


ଜଳ ସ୍ଥଳ ବାୟୂ ଚଳେ ଅନ୍ତରୀକ୍ଷେ

ବିବିଧ ଯାନବାହନ

ଅତି ମାରାତ୍ମକ ନାଭିକ ବିସ୍ଫୋଟ

ଅସ୍ତ୍ରଶସ୍ତ୍ର ପ୍ରଦୂଷଣ ।


ହୁଏ ଅବଶେଷ ପ୍ରକୃତି ସମ୍ବଳ

ବଢେ ବିଶ୍ୱ ତାପମାନ

ସବୁଜ କୋଠରୀ କୁପ୍ରଭାବ ଯୋଗୁ

ଭୂଭାଗ ଉତ୍ତପ୍ତ ପିଣ୍ଡ ।


ସହରୀକରଣ ଜନସଂଖ୍ୟା ବୃଦ୍ଧି

ସବୁଜିମା ଅବକ୍ଷୟ

ଭୋଗେ ପରିଣାମ ପରିମିତ ବିଶ୍ୱ

ମହାମାରୀ ବିପର୍ଯ୍ୟୟ ।


ବେଳ ଥାଉଁ ଯଦି ନ ହେବା ସତର୍କ

ବିପଦ ଆସିବ ମାଡି

ହୋଇବ ବିନଷ୍ଟ ସୁନ୍ଦର ପୃଥିବୀ

କାଳ ଦିନ ନାହିଁ ଡେରି ।


ହୁଅ ଏକ ମନ ବିଜ୍ଞାନୀ ସୁଜନ

ଚିନ୍ତ ସୁରକ୍ଷା ଉପାୟ

ଜାତି ଧର୍ମ ବର୍ଣ୍ଣ ଭେଦ ନିର୍ବିଶେଷେ

ବିଷୟ ବିଚାରଣୀୟ ।



Rate this content
Log in

Similar oriya poem from Inspirational