STORYMIRROR

mirangini dei

Abstract Children

4  

mirangini dei

Abstract Children

ମାଆ  ଓ ମମତା

ମାଆ  ଓ ମମତା

1 min
407

ମାଆ ତୁ କଲ୍ଯାଣମୟୀ ମମତାମୟୀ

ସୃଷ୍ଟିକାରିଣୀ ମାଆ

ଶକ୍ତି ସ୍ବରୂପିଣୀ ଅଭୟଦାୟିନୀ

ଜନ୍ମଦାତ୍ରୀ ନାମେ ସାହା।


କେତେ ରୂପେ ତୁହି ଆସିଅଛୁ ନାରୀ

ଜନନୀ ଭଗିନୀ ଜାୟା

ସ୍ନେହ ମମତାର ଫଲଗୁ ପସରା

ବାଣ୍ଟି ଚାଲେ ତୋର କାୟା।


ଫୁଲଠୁ କୋମଳ ହୃଦୟ ତୋହର

ସତେ ପାରିଜାତ ପୁଷ୍ପ

ତୋ ଶରୀର ମଧ୍ଯେ ଯେତେ ବଳ ଅଛି

ଶୋଷଇ ଶିଶୁ ନିଷ୍ପାପ।


ଛୁଆ ପାଇଁ ମାଆ ରକ୍ତ ନିଗାଡଇ

ମନେ ନାହିଁ ଅବଶୋଷ

ଛୁଆ ପାଇଁ ମାଆ ଦିନରାତି ଖଟେ

ନାରୀ ବିନା କି ପୁରୁଷ।


ନାରୀ ବିନା ସୃଷ୍ଟି ହୁଏ ଅସମ୍ଭବ

କେହି ନାହିଁ ନାରୀ ସମ

ଜନନୀ ରୂପରେ କରୁଣାମୟୀ ମା

ଅନ୍ତରୁ ଝରା ଏ ପ୍ରେମ।


ଗୋଟିଏ ମୁଦ୍ରାର ଦୁଇ ଗୋଟି ପାର୍ଶ୍ବ

ପୁରୁଷ ସହିତ ନାରୀ

ପୁରୁଷଙ୍କ ଠାରୁ ନାରୀ କମ୍ ନୁହେଁ

ମହିଳା ଅଟେ ସଂସ୍କାରୀ।


ଏଇ ନାରୀ ପୁଣି ନାରୀର ବଇରୀ

ଶାଶୁ ନଣନ୍ଦ ରୂପରେ

ନାରୀ ହିଁ ନାରୀକୁ କଷଣ ଦିଅଇ

ଯୌତୁକ ତାଡନାରେ।


କନ୍ଯା ଜନ୍ମ ହେଲେ ନିର୍ଯାତନା ପାଏ

ଦିଅନ୍ତି ସ୍ବାମୀ ଦିଅର

କେଉଁ ଅପରାଧ ନାରୀ କରିଥାଏ

ଝିଅ ପାତର ଅନ୍ତର।


ଝିଅ ନ ଥିଲେ ତ ସୃଷ୍ଟି ବି ନ ଥାନ୍ତା

ନ ଥାନ୍ତା ସଚରାଚର

ନାରୀ ଓ ପୁରୁଷ ସମ୍ବନ୍ଧ ନ ଥାନ୍ତା

ନ ଥାନ୍ତା ବଂଶ ବିସ୍ତାର।


ନାରୀର ଭୂଷଣ ସହନଶୀଳତା

ଯେଉଁ ନାରୀ ପାଖେ ଥାଏ

ସୀତା ସାବିତ୍ରୀ ଲଷ୍ମୀବାଈ ପରି

ଜଗତେ ବିଦିତ ହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract