STORYMIRROR

mirangini dei

Drama Tragedy

4  

mirangini dei

Drama Tragedy

ବୋହୂ

ବୋହୂ

1 min
271

ସେ ଜଣେ ନାରୀ

ଜନନୀ,ଭଗିନୀ,ଜାୟା

ବୋହୂ ରୂପେ ପୁଣି ମାଆର ସାଧନା

ଲଗାଇ ମୋହ ମାୟା।


ପ୍ରାଣୀର ଆରତ ଦୁଃଖ ଅପ୍ରମିତ

ଦେଖି ସେ ଜନ୍ମିଛି ଜଗତେ

ସବୁ ବିଷ ପିଇ ଅମୃତ ବାଣ୍ଟିବ

ସାର୍ଥକ ଜୀବନ ସତେ।


ଏରୁଣ୍ଡିବନ୍ଧର ଲକ୍ଷ୍ମୀ ପାଦଟିଏ

ଘର ଅଗଣାରେ ମହକ

ରୋଷେଇ ଶାଳର କୁହୁଳା ଧୂଆଁ ସିଏ

ବାସର ରାତିର ଦହକ।


ଠାକୁର ଘରର ଧୂପ ବତୀଟିଏ

ଓଢଣା ତଳର ସଳିତା

ଜଳି ଜଳି ଯିଏ ଆଲୋକ ବିତରେ

ପାଉଁଶରେ ଲେଖେ କବିତା।


ସେ କବିତାର ସ୍ବର ଏଡିକି ମଧୁର

ମିଠା ମିଠା ଲାଗୁଥାଏ

ସେ ମିଠା ପଣରେ ପଥର ତରଳି

ଝରଣା ପାଲଟି ଯାଏ।


ସେ ଝରଣା ପୁଣି ଗଙ୍ଗା ପାଲଟି

ସବୁ ଦୁଃଖ ଧୋଇ ନିଏ

ବୋହୂର ତ୍ଯାଗ ତପସ୍ୟା ବଳରେ

ଘରଟି ସ୍ବର୍ଗ ହୁଏ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama