STORYMIRROR

mirangini dei

Others

3  

mirangini dei

Others

ବୋହୂ

ବୋହୂ

1 min
208

ସେ ଜଣେ ନାରୀ

ଜନନୀ ଭଗିନୀ ଜାୟା

ବୋହୂ ରୂପେ ପୁଣି ମାଆର ସାଧନା

ଲଗାଇ ମୋହ ମାୟା।


ପ୍ରାଣୀର ଆରତ ଦୁଃଖ ଅପ୍ରମିତ 

ଦେଖି ସେ ଜନ୍ମିଛି ଜଗତେ

ସବୁ ବିଷ ପିଇ ଅମୃତ ବାଣ୍ଟିବ 

ସାର୍ଥକ ଜୀବନ ସତେ।


ଏରୁଣ୍ଡିବନ୍ଧର ଲକ୍ଷ୍ମୀ ପାଦଟିଏ 

ଘର ଅଗଣାରେ ମହକ 

ରୋଷେଇଶାଳର କୁହୁଳା ଧୂଆଁ ସିଏ

ବାସର ରାତିର ଦହକ।


ଠାକୁର ଘରର ଧୂପବତୀଟିଏ

ଓଢଣା ତଳର ସଳିତା

ଜଳି ଜଳି ଯିଏ ଆଲୋକ ବିତରେ 

ପାଉଁଶରେ ଲେଖେ କବିତା।


ସେ କବିତାର ସ୍ୱର ଏଡିକି ମଧୁର 

ମିଠା ମିଠା ଲାଗୁଥାଏ 

ସେ ମିଠା ପଣରେ ପଥର ତରଳି

ଝରଣା ପାଲଟି ଯାଏ। 


ସେ ଝରଣା ପୁଣି ଗଙ୍ଗା ପାଲଟି

ସବୁ ଦୁଃଖ ଧୋଇ ନିଏ

ବୋହୂର ତ୍ୟାଗ ତପସ୍ୟା ବଳରେ 

ଘରଟି ସ୍ୱର୍ଗ ହୁଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍