STORYMIRROR

mirangini dei

Abstract

4  

mirangini dei

Abstract

ଅନ୍ତରାଳେ

ଅନ୍ତରାଳେ

1 min
379


ଜୀବ ଜଗତର ସୃଷ୍ଟି ଅନ୍ତରାଳେ

ଦଶ ଅବତାର କ୍ରମବିକାଶ

ପଞ୍ଚ ଭୂତ ତତ୍ବ ଲୁଚି ରହିଅଛି

ପ୍ରକୃତି ପୁରୁଷ ସୃଷ୍ଟି ରହସ୍ଯ।


ପ୍ରଭୂ ଲୀଳାମୟ ଜଗତର ନାଥ

ମାନବ ସୃଷ୍ଟିର ଜୀବନ ଗତି

ତୁମ ସର୍ଜନାରେ ଅମୃତ ସନ୍ତାନ

ଲଭିଛି କରୁଣା ପରମ ତୃପ୍ତି।


ବାର ମାସେ ତେର ପର୍ବର ସଂସ୍କୃତି

ସବୁ ତୁମ ନାମେ ଭଣିବା ମାତ୍ର

ତା'ର ଅନ୍ତରାଳେ ଦର୍ଶନ ରହିଛି

ସମାଜ,ସଂସୃତି ଧାରା ପବିତ୍ର।


ମଣିଷ ଜୀବନ ସ୍ବଭାବର ଗାଥା

ତୁମ ହାତ ଡୋରି ନିଅଇ ଟାଣି

କରୁଣା ସାଗର ତୁମେ ଇଛା ମୟ

କାଳ ହସ୍ତେ ବନ୍ଧା ସମସ୍ତେ ଜାଣି ।


ଶାନ୍ତି ମୈତ୍ରୀ ଓ ଭାତୃତ୍ବର ପ୍ରୀତି

ଗର୍ବ ଗଉରବ ଆମ ସଂସ୍କୃତି

ତାର ଅନ୍ତରାଳେ ସମର୍ପିତ ଭାବ

ତବ ପାଦ ପଦ୍ମେ କରି ମିନତୀ ।


ଜୀବନର ପଥ ଅତି କଣ୍ଟକିତ

କେତେ ବାଧାବିଘ୍ନ ପ୍ରତି ବନ୍ଧକ

ତୁମ ନାମ ଧରି ଆଗକୁ ଚାଲିଲେ

ସବୁ ଚାଲିଯାଏ ହୋଇ ବିସ୍ମୃତ।



ତବ ଆରଧନା ଅନ୍ତରାଳେ ସିନା

ନିହିତ ରହିଛି ସମାଜ ଗତି

ତୁମ ଯାନି ଯାତ୍ରା ମଣିଷ ଜାତିର

ସମାଜ ବିକାଶେ ଆଣେ ପ୍ରଗତି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract