କର୍ମ ହିଁ ଭଗବାନ
କର୍ମ ହିଁ ଭଗବାନ
ଆତ୍ମାର ପ୍ରକୃତି ସର୍ବଦା କର୍ମଠ
ଶରୀର ସେପରି ନୁହେଁ
ଶରୀର ଅଟଇ ମୃତ ଯାନ ପରି
କ୍ଷଣେ ବି ବନ୍ଦ ନ ରୁହେ।
କର୍ମେନ୍ଦ୍ରିୟଙ୍କୁ ଦମନ ନକରି
ଇନ୍ଦ୍ରିୟ ଭୋଗ ଚିନ୍ତା କରେ
ଛଳନାକାରୀ ତାକୁ ହିଁ କହିବା
ଥାଏ ସେ ଭୂଲ୍ ମାର୍ଗରେ।
ଯେଉଁ ନର କରେ କାର୍ତ୍ତବ୍ଯ କର୍ମ
ଫଳରେ ଆଶା ନ କରେ
ଠାକୁରେ ତାହାକୁ ଦିଅନ୍ତି ଆଶିଷ
ବିନା କର୍ମେ ପଙ୍ଗୁ ହୁଏ।
କର୍ମ ଫଳ ପ୍ରତି ଆସକ୍ତି ନହୋଇ
କର୍ତବ୍ଯେ କର୍ମ ଯେ କରେ
ଅନାସକ୍ତ ଭାବେ କର୍ମ କରିଥିଲେ
ପରମଗତି ପ୍ରାପ୍ତ ହୁଏ।
କୃଷ୍ଣ ଅର୍ଜୁନଙ୍କୁ ବୁଝାଇ କହିଲେ
ନ କଲେ କର୍ତବ୍ଯ କର୍ମ
ସମାଜରେ କେବେ ନ୍ୟାୟ ମିଳିବନି
ଅଧର୍ମ ପ୍ରତିଷ୍ଠା ଏହାର ମର୍ମ।
ଗୀତା ଭାଗବତ ଅମୂଲ୍ଯ ସମ୍ପଦ
ନ୍ଯାୟ ଅନ୍ଯାୟର ତର୍ଜମା କଥା
ଏହାକୁ ବୁଝିଲେ ମଣିଷ ସମାଜ
ସଠିକ୍ ମାର୍ଗର ଗୋପନ କଥା ।
ସମାଜର ଚାଳିକା ଶକ୍ତିରେ ଶ୍ରମ କର୍ମ
ଅଟଇ ଗୁରୁତ୍ୱପୂର୍ଣ୍ଣ
ସେଇଥିପାଇଁ କଥାରେ ଅଛି
"କର୍ମ ହିଁ ଭଗବାନ"।
