STORYMIRROR

Kabiratna Nutan Kumar Behera

Inspirational Children

4  

Kabiratna Nutan Kumar Behera

Inspirational Children

ଶ୍ରବଣ କୁମାର

ଶ୍ରବଣ କୁମାର

1 min
332

ଅନ୍ଧ ମୁନି ମୁନିମତୀଙ୍କର

  ଥିଲେ ସେ ଯେ ଏକୋଇ କୁମର  

    ନାମ ତାଙ୍କ ଶ୍ରବଣ କୁମାର

     କୋଟିଏରେ ଗୋଟିଏ ମାତର।


ପିତୃ ମାତୃ ଭକ୍ତି ନିରନ୍ତର

  ଥିଲା ଭରି ହୃଦୟେ ତାଙ୍କର 

    ଉତ୍ତମ ଗୁଣରେ ଭରପୁର

      ନାହିଁ ତାର କିଛି ପଟାନ୍ତର।


ତୀର୍ଥସ୍ଥାନେ ନେଉଥିଲେ ଘେନି

  ଭ୍ରମଣେ ପିତାମାତାଙ୍କୁ ବେନି 

  ସେବା କରୁଥିଲେ ମନ ଜାଣି

    ଲୋଡା ଯେତେ ଦେଉଥିଲେ ଆଣି।


ଥିଲେ ଆଜ୍ଞାବହ ସୁସନ୍ତାନ

   ତାଙ୍କ ଜୀବନର ଯେ ଜୀବନ 

    ପିତାମାତାଙ୍କ ନେଇ ଯତନ

     ଇଚ୍ଛା କରୁଥିଲେ ଯେ ପୂରଣ।


ଅଯୋଧ୍ୟାର ରାଜା ଦଶରଥ

  ଶବ୍ଦ ଭେଦି ବାଣେ ରୋକି ପଥ      

    ଜୀବନ ନେଇ କଲେ ଅନାଥ

      ଅପୂର୍ଣ୍ଣ ରହିଲା ମନୋରଥ।


ଅକାଳେ ଘଟିଲା ସର୍ବନାଶ

  ତୁଟିଲା ଯେ ଭରସା ବିଶ୍ଵାସ 

    ରାଜନ ଲଭିଲେ ଅପଯଶ

      ଶ୍ରବଣଙ୍କୁ କରି ଯେ ବିନାଶ।


ସୁପୁତ୍ରର ଦେଇ ସେ ପ୍ରମାଣ

  ମରି ବି ଅମର ଯେ ଶ୍ରବଣ 

    ସେ ଭକ୍ତିଭାବର ସମର୍ପଣ

     ଗାଏ ତା ଗୁଣ ଆଜି ପୁରାଣ।


ପିତାମାତାର ସୁକର୍ମ ବଳେ

  ସୁପୁତ୍ର ମିଳଇ କାଳେ କାଳେ 

   ସ୍ଥିର ଚିତ୍ତରେ ଜନକ ଭାଳେ

    ପୂଣ୍ୟଫଳ ଲଭିଛି ସେ କୋଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational