STORYMIRROR

Chittaranjan Nanda

Children Stories Inspirational Others

4  

Chittaranjan Nanda

Children Stories Inspirational Others

ଶ୍ରୀକୃଷ୍ଣଚନ୍ଦ୍ର ସ୍ମରଣେ

ଶ୍ରୀକୃଷ୍ଣଚନ୍ଦ୍ର ସ୍ମରଣେ

1 min
313

ନୂତନ କୀର୍ତ୍ତିମାନ କଲ ସ୍ଥାପନ ଶିକ୍ଷା, ସାହିତ୍ୟ, 

ଭାଷା,କଳା ଓ ସଂସ୍କୃତି କ୍ଷେତ୍ରରେ,

ଯଶ କୀର୍ତ୍ତି ରଖିଗଲ କୃଷି, ଗମନାଗମନ, ଶିଳ୍ପ, 

ବାଣିଜ୍ୟ ଓ ଜଳସେଚନ ପ୍ରଭୃତିରେ ।


ରାଜକୁଳେ ନେଲ ଜନମ, କାଟିଲ ସରଳ ଜୀବନ, 

ହୋଇଣ ମଦମତ୍ତ ଜାତୀୟ ଚେତନାରେ

ଜାଗି ଉଠିଲା ଓଡ଼ିଆ ଜାତିର ପ୍ରୀତି ଯୁବମତିରେ, ଦେଇ

ଚାଲିଲ ପ୍ରୋତ୍ସାହନ ଶିକ୍ଷା ସଂସ୍କୃତି କ୍ଷେତ୍ରରେ ।


ତ୍ୟାଗ କରି ସବୁ ବିଳାସ ବ୍ୟସନ, ତବ ଜୀବନ ବ୍ରତ 

ହେଲା ଦେଇଥିବା ପ୍ରତିଶ୍ରୁତି ପାଳନ

ସାହିତ୍ୟ ସମାଜ ପାଇଁ, ଯୋଗାଇଲ ବିପୁଳ ରାଶି 

ବ୍ରତ ରହିଲା ତୁମର ଜନ କଲ୍ଯାଣ ।


ଧନ୍ୟ ଧନ୍ୟ କୃଷ୍ଣଚନ୍ଦ୍ର, ସୃଷ୍ଟି କରିଲ କେତେ କବି 

ଲେଖକ, କରିଲ ବହୁ ଗ୍ରନ୍ଥର ପ୍ରକାଶନ

ଭାଷା, ସାହିତ୍ୟ, କଳା କ୍ଷେତ୍ରରେ କରିଲ ଉନ୍ନତି,

ସର୍ବଦା ସତ୍ କର୍ମ, ଜୀବନକୁ କଲ ଧନ୍ୟ ।


ରେଭେନ୍ସା କଲେଜ ହଲ ହେଲା ଉଦ୍ଘାଟନ ଉଣେଇଶ 

ଛତିଶ ସାଲ, ଅପ୍ରେଲ ପହିଲା ଦିନ 

ତମର ସେହି ଜାତୀୟ ଚେତନାର କର୍ମପଥ, ନୂତନ ଯୁବ 

ଶକ୍ତିକୁ କରିବ ନିଶ୍ଚିତ ମଦମତ୍ତ ଆଗାମୀ ଦିନ ।           


Rate this content
Log in