ବେଲ ଗଛ ମହତ୍ତ୍ୱ
ବେଲ ଗଛ ମହତ୍ତ୍ୱ
1 min
356
ଦେଖ ଥରେ ପ୍ରକୃତିକୁ, ତାର ସୃଷ୍ଟି
କେଡେ ବଡ ବିଚିତ୍ର,
ଅବଲୋକନରେ, ବେଲ ଗଛରେ ପାଇବ
ବାରମାସେ ସ୍ୱଚ୍ଛ ପତ୍ର ।।୧।।
ତାର ଥିବା ସ୍ୱଚ୍ଛ ପତ୍ରର ଗୁଣ ଅଟଇ
କେଡେ ମହାନ
ଝାଡା ଅମାଶୟର ଅମୋଘ ଔଷଧ,
ଚିହ୍ନନ୍ତି ବଇଦ ଗଣ ।।୨।।
ବହୁ ରୋଗର ନିଦାନ, ବେଲଗଛ ତ
ଅମୃତ ପରି ଅଟଇ
ତାର ଫଳ କାମ ଦିଏ ବାତପିତ୍ତ ଅମ୍ଲ
ବାୟୁରୋଗ ପାଇଁ ।।୩।।
ବେଲ ଗଛ ଡାଳର ଛାଇରେ ବସିଲେ
ମନ ହୁଏ ସନ୍ତୋଷ
ରାସ୍ତାକଡରେ ଲଗାଅ, ଖରା ତେଜକୁ
ସେ କରଇ ହ୍ରାସ ।।୪।।
ଜୀବଜଗତର ମନୁଷ୍ୟ ପଶୁ ପକ୍ଷୀ ବହୁ
ଉପକାର ପାଇଥାନ୍ତି
କି ଚମତ୍କାର, ବେଲ ପତ୍ରକୁ ସ୍ୱୟଂ ମହାଦେବ
ଭଲ ପାଇଥାନ୍ତି ।।୫।।
