STORYMIRROR

Dipti lekha Mishra

Children

3  

Dipti lekha Mishra

Children

ଅନ୍ ଲାଇନ ଶିକ୍ଷା

ଅନ୍ ଲାଇନ ଶିକ୍ଷା

1 min
213

ଦେଖଲୋ ମୋର ମାଆ ମାଉସୀ

ମୋବାଇଲ ଯୁଗ ପାଠପଢିବା

କୋରନା ଆସି ପିଲାଙ୍କୁ ଶିଖାଇଲା

ମୋବାଇଲ ବାପମାଆଠୁ ଛଡାଇବା॥


ପ୍ରିସ୍କୁଲରୁ କଲେଜ ପଢୁଆ ପିଲାମାନେ

ବାହାନା ଖୋଜୁଥିଲେ ମୋବାଇଲ ପାଇଁ

ମହାମାରୀ କୋରନା ସୁଯୋଗ ଦେଲା

କାହା ଆଗେ ନେହୁରା ନ ହେବା ପାଇଁ॥


ଆଗକୁ ଆହୁରି କିସ କିସ ଯେ ହେବ

ବୁଢାବୁଢୀ ଏବେ ଜମା ସହିନପାରନ୍ତି

ମୋବାଇଲ ଧରି ପିଲାଙ୍କ ଆଖି ହାତ

ଖାଇବା ଶୋଇବା ସବୁ ଭୁଲିଯାନ୍ତି।


ଅନ୍ ଲାଇନ ଶିକ୍ଷା ଏତିକି ଥାଉ

ପିଲା କିଛି ନ ପାରନ୍ତି ବୁଝି

ପାଠପଢା ସବୁ ଗଲାଣି ଚୁଲିକୁ

ଦିନ ଯାଏ ଯାହା ଋଣ ଶୁଝି ଶୁଝି॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children