STORYMIRROR

Priyabrata Mohanty

Children Stories Classics Inspirational

3  

Priyabrata Mohanty

Children Stories Classics Inspirational

ଲଣ୍ଠନ

ଲଣ୍ଠନ

1 min
256


ଆଲୋକର ଦୀପଶିଖା ହୋଇଛି ଅନ୍ଧାରେ

କିରାସିନି ଟିକେ ପିଇ ଜଳେ ମୁଁ ଖୁସିରେ ।।


ବତାସକୁ ସହି କରି ଜଳୁଛି ପବନେ

ଜଗି ବସି ଥାଏ ଘରେ ପ୍ରସନ୍ନ ମନେ ।।


ରବି ଅସ୍ତେ ଘଷା ମଞ୍ଜା ହୁଏ ମୋ ଶରୀରେ

ରହି ଥାଏ ମୋର ସ୍ଥାନ ସନ୍ଧ୍ୟା ଆରତିରେ ।।


ଗରୀବର ସଖା ହୋଇ ରହିଛି ସାଥିରେ

ବାଟ କାଢ଼ି ନେଇ ଆସେ ନିଶବ୍ଦ ନିଶିରେ ।।


ଖୁଜା ମୋର ପଡିଥାଏ ବିଜୁଳି କଟିଲେ

ମିଞ୍ଜି ମିଞ୍ଜି ଅଲୋକରେ ପଢ଼ନ୍ତି ବି ପିଲେ ।।


କିଏ କହେ ଡିବି ଆଲ କହେବି ଲଣ୍ଠନ

ଦିବସର ଅଗମନେ ଯାଏ ମୋ ଜୀବନ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍