ବାଲିଘର
ବାଲିଘର


ଚଗୁଲା ବଗୁଲା ଦୁଇ ଭାଇ
ମନେ ମନେ ଭାବିଲେ ଏକ ଯୋଜନା
ଚଗୁଲା ଆଣିଲା ମାଟି,
ବଗୁଲା ତୋଳିଲା ଏକ ସୁନ୍ଦର ବାଲିଘର
ରାନ୍ଧିଲେ ଭାତ, ତିଅଣ ମିଛି ମିଛିକା ।
ହସ ଖୁସିରେ ବୋହୁ ବୋହୁ କା ଖେଳ
ବେଙ୍ଗୁଲି ରାଣୀ ଛାଡିଲା ରଡ଼ି
କଁ........ କଁ... କଁ..... କଁ.... କଁ
ମାଡି ଆସିଲା ବରଷା ରାଣୀ ବେଙ୍ଗୁଲି ଡାକ ଶୁଣି ।
ଅଜାଡି ଦେଲା ଅଶାଢେ ବରଷା ।
ନଇ ସମଦ୍ର ଦେଲା ଭସାଇ,
ବାଲି ଘରଟି ଭସାଇ ନେଲା,
କଁଇ କଁଇ ବାବୁଲା କାନ୍ଦିଲା ।