ବାଲ୍ଯ ପ୍ରତିଜ୍ଞା
ବାଲ୍ଯ ପ୍ରତିଜ୍ଞା


ସକାଳୁ ନିଇତି ସଅଳ ଉଠିବା
ସୂରଜ ଉଇଁବା ଆଗରୁ ,
ହାତ ମୁହଁ ଧୋଇ ନିତ୍ଯକର୍ମ ସାରି
ପଢିବା ପାଠ ପୁସ୍ତକରୁ।
ଇଂରାଜୀ ପଢିବା ସାହିତ୍ୟ ଘୋଷିବା
ଗଣିତ କଷିବା ସୂତ୍ରରୁ ,
ବାକି ସବୁ ପାଠ ଅଭ୍ଯାସ କରିବା
ମନୁ ଭୂଲିଯିବା ପୂର୍ବରୁ।
ମନ ଧ୍ୟାନ ଦେଇ ପାଠକୁ ପଢିବା
ଆନମନା ନହୋଇ କେବେ,
ଖେଳ ବେଳେ ଖେଳ ପାଠ ବେଳେ ପାଠ
ନଭୂଲି ପଢିବା ତେବେ।
ସାଙ୍ଗ ସାଥି ମେଳେ ମଜାରେ ଖେଳିବା
ନହୋଇ ଧୂର୍ତ୍ତ ଦୁଷ୍ଟମନା,
ଶୃଙ୍ଖଳିତ ହୋଇ ଖେଳକୁ ଖେଳିବା
ମନେ ରଖି ଖେଳ ଭାବନା।
ସବୁରି ସାଥିରେ ସଭିଏଁ ବଢିବା
ଭେଦଭାବ ନରଖି ମନେ,
ଜରୁରୀ ବେଳରେ ସାହସ ଦେଖାଇ
ଶତ୍ରୁକୁ ଦେବା କଡା ପାନେ।