STORYMIRROR

Pradipta Kumar Behera

Inspirational

3  

Pradipta Kumar Behera

Inspirational

ଜୀବନ ତରଣୀ

ଜୀବନ ତରଣୀ

1 min
264

ଜୀବନର ପରିଧି ବଡ଼ ବ୍ୟାପକ

ହେଲେ ଆୟୁଷ ବା କେତେ ଦିନ

ଅବୟବ ସବୁ ନିସ୍ତେଜ୍ ଆଜି

ଗତିକରି ଉଠି ଗଡ଼ି ଉଠାଣି ଗଡାଣି

ସମୟ ସ୍ରୋତରେ ବନ୍ଧା ଏ ଜୀବନ

ସବୁ ତାହା ନିର୍ଦ୍ଦେଶନା

ଅଥଳ ସାଗର ଜଳ ରାଶିରେ

ପାଲଟଣା ନଉକା ପରି

ପବନର ଅନୁକୂଳ ଦିଗରେ

ଧାବମାନ ଏ ଜୀବନ ତରଣୀ

ଜୁଆର ଓ ଭଟ୍ଟା ଚିର ସହଚର

ମନରେ ଅସୁମାରୀ ସପନର ଢେଉ

ଗୁଣୁଗୁଣୁ ହୋଇ ଅବା ଖୋଲା ହୃଦୟରେ

ଗାଉଥାଏ ଜୀବନ ସଙ୍ଗୀତ

କିଏ ବା ଜାଣିଛି କେତେବେଳେ

ଝଡ଼ର ଚକ୍ରବ୍ୟୁହରେ ହେବ

ଜୀବନ ନଉକା ପତିତ

ତଥାପି ଆଶା ଜିତିବାର

ଜୀବନର ପଶାପାଲି,

ବାୟା ଚଢ଼େଇ ପରି

ଆସୁପଛେ ବାଆ ବତାସି

ଡେଣା ଉପରେ ଅଛି ତା ଭରଷା

ଫୁର୍ କିନା ଉଡ଼ି ଯିବ

ଅନ୍ୟ ଡାଳକୁ ବାନ୍ଧିବାକୁ ବସା

ଜୀବନ ଯେଉଁଠି ମରଣ ସେଇଠି

ଆରମ୍ଭ ହୋଇଛି ଶେଷ ବି ହେବ

ଶିଶୁ ସୁଲଭତା କିଶୋର ଯଉବନ

ବୃଦ୍ଧ ଅବସ୍ଥା

ଜୀବନର ଗୋଟି ଗୋଟି ସୋପାନ

ସବୁ ଖାଲି ଅଭିନୟ ଏଠି

ନିଜେ ବଞ୍ଚି ଅନ୍ୟକୁ ବଞ୍ଚେଇ 

ଓଠ ତଳେ ତୋଳି ହସ

ଆଉ ସବୁ ନିୟନ୍ତା ହାତେ

ସମର୍ପଣ କରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational